ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ
ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଅନ୍ତରୀଣ ବୈଠକ ଶେଷ ହୋଇଛି। ରାଜ୍ୟରେ ବାତ୍ୟା ସ୍ଥିତି ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଓଡ଼ିଶା ପଶ୍ଚିମବଙ୍ଗ ଆଡେ ଗତି କରିବ ଏହି ବାତ୍ୟା । ଏହା ୨୪ ତାରିଖରେ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୩ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରିରହିବ। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି । ଆଜି ସବୁ ଜିଲ୍ଲାପାଳ ନିଜ ଜିଲ୍ଲାର ବାତ୍ୟା ସୁରକ୍ଷା ସ୍ଥିତି ତଦାରଖ କରିବେ । ଦୁଇ ସପ୍ତାହ ସମୟ ଥିବା ଗର୍ଭବତୀ ମହିଳାଙ୍କୁ ହସପିଟାଲ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ସମସ୍ତ ଛୁଟିକୁ ବାତିଲ କରାଯାଇଛି । ବ୍ୟତ୍ୟାର ସ୍ଥିତି ଦେଖି ସ୍କୁଲ ବନ୍ଦ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ପାୱାର ସପ୍ଲାଏ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆଜି ସନ୍ଧ୍ୟାରେ ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅଧିକ ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ସହାୟତା ମାଗିବୁ । ଏବେ ଆମ ପାଖରେ ଯଥେଷ୍ଟ ଟିମ୍ ଅଛି । ଅଯଥା ନ ଡରିବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା୨୪ ଏବଂ୨୫ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ |