ଲଗାଣ ବର୍ଷାରେ ଲୋକେ ହନ୍ତସନ୍ତ

ଲଗାଣ ବର୍ଷାରେ ଲୋକେ ହନ୍ତସନ୍ତ । ଚାଷୀ ଚିନ୍ତାରେ । ବିଲରେ ଧାନ ପଡ଼ିଛି । ଗତକାଲି , ଆଜି  ମଧ୍ୟମ ଧରଣର ବର୍ଷା ଚାଲିଛି। କେବଳ ଟୁଇନ୍ ସିଟି ନୁହେଁ, ରାଜ୍ୟର ୧୯ଟି ଜିଲ୍ଲାରେ ଅବସ୍ଥା ସମାନ। ଶନିବାର ସକାଳେ ବର୍ଷ ହେଉଥିବାରୁ ବସ୍ ସମେତ ଅନ୍ୟ ଯାନବାହନ ଚଳାଚଳ କମ୍ ରହିଛି। ଠିକ୍ ସେହିପରି କମ୍ ଦୋକାନବଜାର ବି ଖୋଲିଛି। ତେଣେ ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ। ମୋଟାମୋଟି ଭାବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।