ଆସନ୍ତା ୨ରୁ ୩ ଦିନ ଭିତରେ ଓଡ଼ିଶାରୁ ମୌସୁମୀ ବିଦାୟ ନେବ

ପାଖାପାଖି ୨ ସପ୍ତାହ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଥର ଓଡ଼ିଶା ଛୁଇଁଥିଲା। ୪ ମାସ ୧୩ ଦିନର ରହଣି ପରେ ଏବେ ଓଡ଼ିଶା ଛାଡ଼ିବାକୁ ପ୍ରସ୍ତୁତ ହେଉଛି ମୌସୁମୀ ବାୟୁ। ଆସନ୍ତା ୨ରୁ ୩ ଦିନ ଭିତରେ ଓଡ଼ିଶାରୁ ମୌସୁମୀ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହୋଇଯିବ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଫେରିବା ନେଇ ପାଣିପାଗ ଅନୁକୂଳ ହୋଇଛି। ଏଥିସହ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସମ୍ପୂର୍ଣ୍ଣ ଭାବେ ଏବଂ ପଶ୍ଚିମବଙ୍ଗ, ସିକିମ୍‌, ଓଡ଼ିଶା ଓ ତେଲେଙ୍ଗାନାର କିଛି କିଛି ଅଞ୍ଚଳରୁ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ଫେରିଯିବ। ଏଥିସହ ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ରହିଛି।

Leave a comment