ନୂଆବର୍ଷରେ ପୁଣି ରାଜ୍ୟରେ ଥରାଇବ ଶୀତ : କମିବ ରାତି ତାପମାତ୍ରା

ନୂଆବର୍ଷରେ ପୁଣି ରାଜ୍ୟରେ ଥରାଇବା ଶୀତ । କମିବ ରାତି ତାପମାତ୍ରା । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଛି । ୩ଦିନ ପରେ ଏହା କ୍ରମଶଃ ହ୍ରାସ ପାଇବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆସନ୍ତା ସାତ ଦିନ ଯାଏ ପାଗ ଶୁଖିଲା ରହିବ ।