ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି। ସେପଟେ ଏହାକୁ ମୁକାବିଲା କରିବା ପାଇଁ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ପ୍ରସ୍ତୁତ ହୋଇଛି ଭୂସ୍ଖଳନ ହେଉ କି ଗଛ ଉପୁଡିବା କିମ୍ବା ବିଦ୍ୟୁତ ଖୁଣ୍ଟ ଉପୁଡିବା ହେଉ ଯେଉଁ ଭଳି ମଧ୍ୟ ବିପର୍ଯ୍ୟୟ ହେଲେ ଅଗ୍ନିଶମ ବିଭାଗ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଅଗ୍ନିଶମ ବିଭାଗର ଇନଚାର୍ଜ ସତ୍ୟନାରାୟଣ ବେହେରାଙ୍କ ସମେତ ୧୧ ଜଣିଆ ଟିମ୍ ପ୍ରସ୍ତୁତ ରହିଥିବା ମୁକାବିଲା ପାଇଁ ଆବଶ୍ୟକ କଟର, ଆସ୍କା ଲାଇଟ୍, ସ୍କାଏ ଲାଇଟ୍, ଜେନେନେଟର୍, ଲାଇଫ୍ ଜ୍ୟାକେଟ୍ ସମେତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ରଖାଯାଇଥିବା କୁହାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ଅଗ୍ନିଶମ ବିଭାଗ କାର୍ଯ୍ୟ କରିବ ବୋଲି କୁହାଯାଇଛି। ଦାରିଙ୍ଗବାଡ଼ିର ଭୌଗୋଳିକ ସ୍ଥିତି ଦେଖିଲେ ଚାରିଆଡେ ପାହାଡ଼, ଜଙ୍ଗଲ ଘେରା ରହିଛି ପାହାଡ଼ିଆ ଅଞ୍ଚଳରେ ଜନଜାତି ସମ୍ପ୍ରଦାୟର ବାସସ୍ଥାନ ରହିଥିବାରୁ ଏହି ବାତ୍ୟା ଚିନ୍ତା ଆଣିଛି।