ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ବଦଳିଲା ପାଣିପାଗ ଟ୍ଵିନ୍ ସିଟିରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ସେପଟେ କଟକରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା, କଟକ ଓ ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ ।
ରାଜ୍ୟରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବା ସମ୍ଭାବନା ଅଛି। ୨୧ ଏପ୍ରିଲ ପର୍ଯ୍ୟନ୍ତ ଘଡ଼ଘଡ଼ି, ବଜ୍ରପାତ ଏବଂ ବର୍ଷା ଜାରି ରହିବା ସମ୍ଭାବନା ଅଛି। ଅନେକ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯିବ।