ଆଗାମୀ ୨ ଦିନ ଯାଏ ବର୍ଷା
‘ମୋନ୍ଥା’ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ୩୧ଟି ସ୍ଥାନରେ ପ୍ରବଳ, ୨ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି। ଆଗାମୀ ୨ ଦିନ ଯାଏ କିଛି ଜିଲାରେ ବର୍ଷା ହେବ। ୨ ଦିନ ପରେ ବର୍ଷା ସମ୍ପୂର୍ଣ୍ଣ କମିଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ମୋନ୍ଥା’ ଦ୍ବାରା ୩୩ ବ୍ଲକ, ୧୧ ସହରାଞ୍ଚଳ ପ୍ରଭାବିତ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଜପତି ଗୋଷାଣୀ ନୂଆଗାଁ ବ୍ଲକରେ ସର୍ବାଧିକ ୧୫୦ ମିମି ବର୍ଷା ହୋଇଛି। ୫୬ଟି ବ୍ଲକରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି’। ୩୬୨ ଫ୍ରି’ କିଚେନରେ ୧୮,୭୬୨ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। କାଲିଠାରୁ ବିଭିନ୍ନ ବିଭାଗ କ୍ଷୟକ୍ଷତି ଆକଳନ କରିବେ ବୋଲି ମନ୍ତ୍ରୀ କହିଛନ୍ତି।