୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା
ଦକ୍ଷିଣପୂର୍ବ ବାଂଲାଦେଶ ଉପକୂଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହୋଇଛି। ରାତି ୮ଟା ସୁଦ୍ଧା ଅବପାତଟି ବାଂଲାଦେଶର ପାଟୁଆଖଲିର ଦକ୍ଷିଣପୂର୍ବକୁ ୬୦ କିମି, ପଶ୍ଚିମବଙ୍ଗର କାନ୍ନିଙ୍ଗର ପୂର୍ବ ଦିଗକୁ ୨୨୦ କିମି ଓ କଲିକତାର ପୂର୍ବ-ଦକ୍ଷିଣପୂର୍ବକୁ ୨୬୦ କିମି ଦୂରରେ ଅବସ୍ଥିତ ରହିଛି। ଏହା ଆଗକୁ ବଢ଼ିବା ସହ ଗୁରୁବାର ରାତିରେ ହିଁ ପାଟୁଆଖଲି ନିକଟରେ ସ୍ଥଳ ଭାଗ ଛୁଇଁବ।ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉପକୂଳ ବାଂଲାଦେଶ ଓ ପଶ୍ଚିମବଙ୍ଗ ଗାଙ୍ଗେଟିକ୍ ଅଞ୍ଚଳ ଆଡ଼କୁ ଗତି କରିବ। ପ୍ରଭାବରେ ୧୪ ତାରିଖରେ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।