ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରକୁ କେନ୍ଦ୍ର ସରକାର ଶ୍ରୀ ବିଜୟପୁରମ୍ ନାମରେ ନାମିତ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି, ଦେଶକୁ ଉପନିବେଶବାଦୀ ଛାପରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୋର୍ଟ ବ୍ଲେୟାରର ନାମ ଇଷ୍ଟ ଇଣ୍ଡିଆ କମ୍ପାନିର ବ୍ରିଟିଶ ଔପନିବେଶିକ ନୌସେନା ଅଧିକାରୀ କ୍ୟାପଟେନ ଆର୍କିବାଲ୍ଡ ବ୍ଲେୟାରଙ୍କ ନାମରେ ରଖାଯାଇଥିଲା। ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି ଯେ ଆମ ସ୍ୱାଧୀନତା ସଂଗ୍ରାମ ଏବଂ ଇତିହାସରେ ଶ୍ରୀ ବିଜୟପୁରମ୍ର ଏକ ଅତୁଳନୀୟ ସ୍ଥାନ ରହିଛି। ଏହି ନାମ ସ୍ୱାଧୀନତା ସଂଗ୍ରାମରେ ହାସଲ ହୋଇଥିବା ବିଜୟର ପ୍ରତୀକ ବୋଲି ସେ କହିଛନ୍ତି। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା ଏବଂ ବୀର ସାବରକର ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ଏକ ସ୍ୱାଧୀନ ଦେଶ ପାଇଁ ସଂଘର୍ଷ କରୁଥିବା ସମୟରେ ସେଲୁଲାର ଜେଲ୍ରେ ରହିଥିଲେ। ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଏକ ଅତୁଳନୀୟ ସ୍ଥାନ ରହିଛି। ଏକଦା ଚୋଳ ସାମ୍ରାଜ୍ୟର ନୌସେନା ଘାଟି ଭାବେ କାର୍ଯ୍ୟ କରୁଥିବା ଏହି ଦ୍ୱୀପାଞ୍ଚଳ ଆଜି ଆମର ରଣନୈତିକ ଏବଂ ବିକାଶଆକାଂକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଧାର ହେବାକୁ ଯାଉଛି ବୋଲି ଅମିତ ଶାହ କହିଛନ୍ତି।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Prev Post
Next Post