ଘନକୁହୁଡି ପରେ ଏତିକି ତାରିଖରୁ ବର୍ଷା
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ଗୁରୁତ୍ୱ ସୂଚନା ଜାରି ହୋଇଛି। ୩୦ ଓ ୩୧ରେ ରାଜ୍ୟର କେତେକ ସ୍ଥାନରେ ଘନକୁହୁଡି ହେବାର ସମ୍ଭାବନା ରହିଛି। ସେହିପରି ଏହା ପରେ ପରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଉକୂଳ ଓଡ଼ିଶାର କେତେକ ଜିଲ୍ଲା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ସେହିପରି ଫେବ୍ରୁଆରୀ ୧ ଓ ୨ ତାରିଖରେ କେତେକ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।