ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍। ଦୁଇ ଦିନ ହେଲା ଇଡିର ଏକ ଟିମ୍ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନ ଘର ନିକଟରେ ଡେରା ପକାଇଛି । ତାଙ୍କ ଘରୁ ଅନେକ ଦସ୍ତାବିଜ ଜବତ ହୋଇଛି। ଇଡିର ଟିମ୍ ଏବେ ବି ଘରେ ଭିତରେ ଅଛି। ଚାରିପଟୁ ସର୍ଚ୍ଚିଂ ଚାଲିଛି । ହେଲେ ହୋମନ୍ତ ସୋରେନ୍ଙ୍କ କିନ୍ତୁ ଦେଖାନାହିଁ। ସେ ଶାନ୍ତି ନିକେତନ ସ୍ଥିତ ଘରେ ଉପସ୍ଥିତ ନାହାନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ସୋରେନ୍ଙ୍କୁ ନୂଆ ସମନ ଜାରି କରି ୨୯ରୁ ୩୧ ଜାନୁଆରୀ ଭିତରେ ପଚରାଉଚରା କରିବା ପାଇଁ ସମୟ ମାଗିଥିଲା। ଏହାଥିଲା ଇଡି ପକ୍ଷରୁ ସୋରେନ୍ଙ୍କୁ ୧୦ମ ଥର ସମନ୍ କରାଯାଇଥିଲା। ତେବେ ନୂଆ ସମନ ଜାରି ହେବା ପରେ ପରେ ସୋରେନ୍ ଅଚାନକ ଦିଲ୍ଲୀ ପଳାଇ ଆସିଥିଲେ। ଶନିବାର ରାତିରେ ସେ ଝାଡଖଣ୍ଡରୁ ଦିଲ୍ଲୀ ଗସ୍ତରେ ବାହାରିଥିଲେ। ତାଙ୍କ ସନ୍ଧାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନେକ ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ସେ ମିଳୁ ନ ଥିବା ଜଣାପଡିଛି।
ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ କହିଛନ୍ତି ,ସମ୍ବିଧାନର ଅଭିଭାବକ ହୋଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟର ପରିସ୍ଥିତି ଉପରେ ନଜର ରଖିଛି। ଏହା ରାଜ୍ୟପାଳଙ୍କର କର୍ତ୍ତବ୍ୟ।ଆବଶ୍ୟକ ହେଲେ ମୁଁ ସୀମା ଅତିକ୍ରମ କରିବି। ସୋରେନଙ୍କୁ ଇଡି ଡାକରା ନେଇ ସେ କହିଛନ୍ତି, କେହି ଆଇନଠାରୁ ଊର୍ଦ୍ଧ୍ୱରେ ନାହାଁନ୍ତି। ଯଦି ଆଜି ମୁଖ୍ୟମନ୍ତ୍ରୀ ଉତ୍ତର ଦେଉ ନାହାଁନ୍ତି, ତେବେ ତାଙ୍କୁ ଆସନ୍ତାକାଲି ଉତ୍ତର ଦେବାକୁ ପଡିବ। ଏହି ସମୟରେ, ସୋରେନ ଅନୁସନ୍ଧାନକାରୀ ସଂସ୍ଥାକୁ ଇମେଲ କରି ଜାନୁୟାରୀ ୩୧ରେ ଦିନ ୧ଟାରେ ପଚରାଉଚରା ପାଇଁ ରାଞ୍ଚିରେ ଥିବା ସିଏମ ବାସଭବନକୁ ଆସିବାକୁ କହିଥିଲେ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post