Uncategorized ମୃତ୍ୟୁ ସଂଖ୍ୟା ୨୪୦ ଟପିଲା Last updated Jun 3, 2023 ବାଲେଶ୍ବର : ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା କରମଣ୍ଡଳ-ଦୂରନ୍ତ ଏକ୍ସପ୍ରେସ ରେଳ ଦୁର୍ଘଟଣା ରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୪୦ରେ ପହଞ୍ଚିଥିବା ବେଳେ ଏହା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ଦୁଇଟି ଦ୍ରୁତଗାମୀ ଟ୍ରେନର ୧୭ଟି ବଗି କ୍ଷତିଗ୍ରସ୍ତ ହୋଇଛି ଓ ଏଥିରେ ଥିବା ପ୍ରାୟ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। କରମଣ୍ଡଳ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟୁଇଟ କରି ଜଣାଇଛନ୍ତି। ଏସଆରସିଙ୍କ ସୂଚନା ଆଧାରରେ ସେ ଏହି ତଥ୍ୟ ଦେଇଛନ୍ତି। ତେବେ ସମସ୍ତ ବଗିକୁ ଉଠାଯାଇନାହିଁ। ବଗି ତଳେ ଏବେ ବି ଆହୁରି ଅନେକ ମୃତଦେହ ରହିଥିବା ଅନୁମାନ କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। Share