ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ବହୁ ବାଦବିବାଦ ପରେ ପ୍ରଥମ ବ୍ୟାଚ୍‌ ଅଗ୍ନିବୀର ଏବେ ସେବା କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ସେନାବାହିନୀକୁ ସୁଦୃଢ଼ କରିବା‌ ଏବଂ ଭବିଷ୍ୟତର ଆହ୍ବାନ ପାଇଁ ପ୍ରସ୍ତୁତ ରଖିବାରେ ଅଗ୍ନିପଥ ‌ବିଶେଷ ସହାୟକ ହେବ।  ୩ ସେନାର ପ୍ରଥମ ବ୍ୟାଚ୍‌ ଅଗ୍ନିବୀରମାନଙ୍କୁ ଭିଡିଓ କନଫରେନ୍ସ ମା‌ଧ୍ୟମରେ ଉଦ୍‌ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏହି ଟିପ୍ପଣୀ ରଖିଛନ୍ତି। ପ୍ରଯୁକ୍ତି ବିଦ୍ୟାରେ ଆଗୁଆ ସୈନିକମାନେ ସେନାବାହିନୀରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସେନାବାହିନୀକୁ ଆଧୁନିକୀକରଣ ଓ ଆତ୍ମନିର୍ଭର କରିବା ପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିପଥ ଯୋଜନା ମହିଳାମାନଙ୍କୁ ସଶକ୍ତ କରିବ।