ଓଡ଼ିଶାର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନରେ କିଏ ଭାଜପା ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ କଳ୍ପନା ଜଳପାନ ଆରମ୍ଭ ହୋଇଯାଇଛି। ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର କୌଣସି ପରିଚିତ ମୁହଁ ରାଜ୍ୟବାସୀଙ୍କ ପାଖରେ ନାହିଁ। ସେଥିପାଇଁ ଭାଜପାର କେନ୍ଦ୍ରୀୟ ନେତୃତ୍ବର ଗତାନୁଗତିକ ପୂର୍ବ ଢାଞ୍ଚାକୁ ମନେହୁଏ ଯେପରି ଓଡ଼ିଶାରେ ମଧ୍ୟ ମନୋହରଲାଲ୍ ଖଟ୍ଟରଙ୍କ ଭଳି ଅଜଣା, ଅଶୁଣା କିନ୍ତୁ ଗ୍ରହଣୀୟ ବିଧାୟକ ନେତୃତ୍ବ ନେବାର ସମ୍ଭାବନା ରହିଛିIଲୋକ ସଭାର ସ୍ଥିତିକୁ ଦେଖିଲେ ୫୪୩ ଆସନରୁ ଭାଜପା ମୋଟ୍ ୨୪୦ ସିଟ୍ ହାସଲ କରିପାରିଛି। ଏକାକୀ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୨୭୨। ଅର୍ଥାତ୍ ଭାଜପା କେନ୍ଦ୍ରରେ ମିଳିତ ସରକାର କରିବାକୁ ବାଧ୍ୟ ହେବ। ସେଥିପାଇଁ ଭାଜପାର ଯିଏ ବି ପ୍ରଧାନମନ୍ତ୍ରୀ ହେବେ, ସେହି ବ୍ୟକ୍ତି କେବେହେଲେ ଜିତିଥିବା ଲୋକ ସଭା ପ୍ରାର୍ଥୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ ହେବା ପାଇଁ ସୁଯୋଗ ଦେବେ ନାହିଁ। କାରଣ ବର୍ତ୍ତମାନ ଲୋକ ସଭାରେ ଭାଜପାର ଉପୁଜିଥିବା କଠିନ ପରିସ୍ଥିତି ଯୋଗୁ ଗୋଟିଏ ବି ଆସନ ହଲ୍ଚଲ ହେଉ ବୋଲି ଚାହିଁବେ ନାହିଁ।ସେ ଦୃଷ୍ଟିରୁ ବିଧାନସଭାକୁ ଜିତିଥିବା ପ୍ରାର୍ଥୀଙ୍କ ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ। କିଏ ହେବେ ତାହା ଏବେ କହିବା ଅସମ୍ଭବ। ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ଭୂପେନ୍ଦ୍ର ଯାଦବ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହିତ ଆଲୋ କରିଛନ୍ତି। ଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଚର୍ଚ୍ଚା ହେଉଛି। ଏଥିସହିତ ବିଜେପିରୁ ସାଂସଦଭାବେ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବଙ୍କ ସମେତ ଦେଶର କମ୍ପଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ଅଫ୍ ଇଣ୍ଡିଆ ଥୂବା ଓଡ଼ିଆ ପୁଅ ଗିରୀଶଚନ୍ଦ୍ର ମୁର୍ମୁଙ୍କ ନାମ ମଧ୍ୟ ମୁଖ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା ହେଉଛି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post