ଓଡିଆ ପୁଅ ଦାଦନ : ଡ.ଲେଖାଶ୍ରୀ

ଖଣିଜ ଓ ପ୍ରାକୃତିକ ସଂପଦ ଭରପୁର ରାଜ୍ୟ ଓଡିଶା । ଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ ! ଏଦୃଶ୍ୟ ଶାସକ ବିଜେଡିର ମୁଖିଆଙ୍କୁ ଦେଖାଯାଉନାହିଁ କି ? ବିଜେଡି ସରକାରର ୨୩ ବର୍ଷର ଅପାରଗତା ହେଉଛି “ଦାଦନ ସମସ୍ୟା“ । ଏହା ହେଉଛି ବିଜେଡି ସରକାରରେ ‘ଆମ ଗଣତନ୍ତ୍ରର’ ବ୍ୟବସ୍ଥା ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଓଡିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ଜାପାନ ଯାଇ ସୋସିଆଲ ମିଡିଆରେ ‘ରିଲ୍’ ବନାଉଛନ୍ତି । ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଥିବା ସତ୍ୱେ ଓଡିଶାର ଲୋକଙ୍କୁ କାମ ଦେଉନଥିବାରୁ ସେମାନେ ବାହାର ରାଜ୍ୟକୁ “ରୋଜଗାର ପାଇଁ ଯାଉଛନ୍ତି, ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶକୁ ଦାଦନ ପାଇଁ ଯାଇଥିବା ଓଡିଆ ଲୋକ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ବୋହି ନିଜ ଗାଁ ଆଣିବାର ହୃଦୟ ବିଦାରକ ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା । ସେହିପରି ବାଙ୍ଗାଲୋରରୁ ୩ ଜଣ ଦାଦନ ପ୍ରାୟ ୧୫୦୦ କିଲୋମିଟର ଚାଲି ଚାଲି ନିଜ ଗାଁ ଓଡିଶାକୁ ଫେରିଲେ । ଏହି ଖବର ଦେଶ ତଥା ବିଦେଶରେ ପ୍ରଚାର ହେବା ପରେ ଦାଦନଙ୍କ ଘରକୁ ଯାଇ ଟଙ୍କା ଦେଇ ଘଟଣାକୁ ଚାପିଦେବାର ପ୍ରଲୋଭନ ଦିଆ୍ାଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଯିଏ ଶାସନରେ ଅଛନ୍ତି, ସେ ଦେଢ ମିଟର ଚାଲିପାରୁନାହାନ୍ତି ଅଥଚ ଦାଦନକୁ ଦେଢ ଶହ କିଲୋମିଟର ଚାଲିବାକୁ କହୁଛନ୍ତି । ଏହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଓ ଲଜ୍ଜାଜନକ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।