ଏହି ଦେଶକୁ ଛୁଇଁନି କରୋନା

#no entry corona#this counter

ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) :

ସାରା ବିଶ୍ୱକୁ କଲବଲ କରୁଛି କରୋନା ଭାଇରସର। ମାରାତ୍ମକ କରୋନା ଭାଇରସ ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ ଜୀବନ ନେଇଛି । କୋଟି କୋଟି ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଭାଇରସର ମୁକାବିଲା କରିବାକୁ ଭାକସିନ୍ ନେଉଛନ୍ତି । କିନ୍ତୁ ଏପରି କିଛି ଦେଶ ଅଛି ଯେଉଁଠି ଗୋଟିଏ ହେଲେ କରୋନା ମାମଲା ସାମ୍ନାକୁ ଆସିନାହିଁ ।

ପ୍ରଶାନ୍ତ ମହାସାଗରରେ ଥିବା ୪ଟି ଦ୍ୱୀପକୁ ନେଇ ଗଠିତ ମାଇକ୍ରୋନେସିଆ । ଏଠାରେ କେହି ବି ପଜିଟିଭ୍ ଚିହ୍ନଟ ନାହାଁନ୍ତି । ସେହିପରି ନାଉରାରେ ମଧ୍ୟ କେହି କରୋନା ସଂକ୍ରମିତ ହୋଇ ନାହାଁନ୍ତି ।

ଏଠାରେ ପ୍ରତି ୧୦୦ ଲୋକରେ ୬୮ ଜଣ ଭାକସିନ୍ ଲଗାଇ ସାରିଛନ୍ତି । ଏତତ୍ ବ୍ୟତୀତ ନିଉ, ପିଟକେରାନ୍ ଆଇଲାଣ୍ଡ, ସେଣ୍ଟ୍ ହେଲେନାରେ ମଧ୍ୟ କେହି ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ଏଠାରେ ୧୦୦ରେ ୫୮ରୁ ୭୯ ଜଣ ଲୋକଙ୍କୁ ଟିକା ଦିଆଯାଇଛି । ୧୫୦୦ ଜନ ସଂଖ୍ୟା ବିଶିଷ୍ଟ ଟୋକେଲାଉ ଦେଶରେ ମଧ୍ୟ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି । ସେହିପରି ଟୁଭାଲୁ, ତୁର୍କମେନିସ୍ତାନ ଓ ଉତ୍ତର କୋରିଆରେ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।