ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍‌, ୧୮୪୯୫ ବୁଥ୍‌ରେ ମତଦାନ କରିବେ ୫୬.୫୩ ଲକ୍ଷ ଭୋଟର

panchayata-election-

ମେଟ୍ରୋଟିଭିଓଡିଶା(୨୦.୨.୨୦୨୨):

ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ୫୬.୫୩ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

ଏଥିପାଇଁ ୧୮୪୯୫ ବୁଥ୍‌ ସ୍ଥାପନ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୭୭୩ଟି ବୁଥ୍‌ ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି ।ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ କେବଳ ଝାରସୁଗୁଡ଼ା ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ମତଦାନ ପ୍ରକ୍ରିୟା ଚାଲିବ । ୧୭୧ଟି ଜିଲ୍ଲା ପରିଷଦ ଆସନ ପାଇଁ ମୋଟ ୬୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମତଦାନ ପାଇଁ ପୋଲିଂ ପାର୍ଟି ବୁଥ୍‌ ଗୁଡ଼ିକରେ ପହଞ୍ଚି ସାରିଛନ୍ତି ।