ଅରୁଣାଚଳ ପ୍ରଦେଶର ପ୍ରଥମ ‘ଗ୍ରିନ୍ଫିଲ୍ଡ୍ ଏୟାର୍ପୋର୍ଟ’ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାନଗରର ହୋଲ୍ଲୋଙ୍ଗିରେ ଅରୁଣାଚଳ ପ୍ରଦେଶର ପ୍ରଥମ ‘ଗ୍ରିନ୍ଫିଲ୍ଡ୍ ଏୟାର୍ପୋର୍ଟ’ ‘ଡୋନୀ ପୋଲୋ’ ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି।
ଏହାଛଡ଼ା, ପ୍ରଧାନମନ୍ତ୍ରୀ ଆଜି ପଶ୍ଚିମ କାମେଙ୍ଗ୍ ଜିଲ୍ଲାରେ ୬୦୦-ମେଗାୱାଟ୍ର ‘କାମେଙ୍ଗ୍ ଜଳବିଦ୍ୟୁତ୍ କେନ୍ଦ୍ର’ ମଧ୍ୟ ଉଦ୍ଘାଟନ କରିଛନ୍ତି। ୨୦୧୯ ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ରାଜ୍ୟର ରାଜ୍ୟପାଳ ଅବସରପ୍ରାପ୍ତ ବ୍ରିଗେଡିୟର୍ ଡକ୍ଟର୍ ବି. ଡି. ମିଶ୍ରା କହିଛନ୍ତି, ଏହି ବିମାନ ବନ୍ଦର ଯାତାୟତ କରିବାରେ ସୁବିଧା ଯୋଗାଇବ।