ସିଶୋଦିଆ କହିଲେ, ସିବିଆଇ ଗିରଫ କରିପାରେ!
ସିବିଆଇ ରେଡ୍ର ୧୫ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ । ସେ କହିଛନ୍ତି ଯେ, ସିବିଆଇ ରେଡ୍ରେ ସେ ଭୟଭୀତ ନୁହଁନ୍ତି । କିନ୍ତୁ ସିବିଆଇ ତାଙ୍କୁ ଗିରଫ କରିପାରେ । ଦିଲ୍ଲୀ ଅବକାରୀ ନୀତିରେ ଦୂର୍ନୀତି ହୋଇଥିବା ଅଭିଯୋଗ ପରେ ମନିଶ ସିଶୋଦିଆଙ୍କ ବାସଭବନ, ପୂର୍ବତନ ଅବକାରୀ କମିଶନର ଆରଭା ଗୋପି କ୍ରିଷ୍ଣଙ୍କ ସମେତ ଅନ୍ୟ ୨୯ଟି ସ୍ଥାନରେ ରେଡ୍ କରିଥିଲା। ରେଡ ବେଳେ ସିବିଆଇ କିଛି ଦସ୍ତାବେଜ, ସହିତ ସିସୋଦିଆଙ୍କ କମ୍ପ୍ୟୁଟର ଓ ଫୋନ୍କୁ ଜବତ କରିଛି।
ସେହିପରି ସିବିଆଇ ରୁଜୁ କରିଥିବା ଏତଲାରେ ମଦ ବ୍ୟବସାୟକୁ ନେଇ ଦୁର୍ନୀତି ଏବଂ ଲାଞ୍ଚ କାରବାର ହୋଇଥିବା ଦର୍ଶାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଦ ବ୍ୟବସାୟୀମାନେ ମନିଶ ସିଶୋଦିଆଙ୍କ ସମ୍ପର୍କୀୟଙ୍କୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦେଇଥିବା ଏହି ସମ୍ପର୍କକୀୟମାନେ ହେଉଛନ୍ତି, ବୁଡି ରିଟେଲର ନିର୍ଦ୍ଦଶକ ଅମିତ ଆରୋରା, ଦିନେଶ ଆରୋରା ଏବଂ ଅନୁର୍ଜ ପାଣ୍ଡେ। ଏମାନେ ମଦ ଲାଇସେନ୍ସ କାରବାରରେ ସମ୍ପୃକ୍ତ ଥିଲେ। ସିବିଆଇ ଏତଲାରେ ଦର୍ଶାଇଛି।