ରାଜସ୍ଥାନରେ ଭୋଟ୍: କିଏ ଗଢ଼ିବ ସରକାର
ଜୟପୁର: ରାଜସ୍ଥାନ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି । ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନରେ ଭୋଟଗ୍ରହଣ ଚାଲିଛି। ଶ୍ରୀଗଙ୍ଗାନଗରର କରନପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନରଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି। ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ରାଜ୍ୟରେ ୫୧,୭୫୬ ପୋଲିଂ ବୁଥ୍ ସ୍ଥାପନ ହୋଇଛି। ରାଜ୍ୟର ମୋଟ ୫୨,୫୩୮,୬୫୯ ଜଣ ଭୋଟରଙ୍କ ମଧ୍ୟରୁ ୨୭,୩୫୮,୯୬୫ ପୁରୁଷ ଏବଂ ୨୫,୧୭୯,୬୯୪ ଜଣ ମହିଳା ଭୋଟର। ୧୯୯ ଆସନରେ ୧୮୬୨ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ଗତ ୨୫ ବର୍ଷ ହେଲା ରାଜସ୍ଥାନରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳୁଛି। କିନ୍ତୁ ଏଥର ଏହି ଧାରାରେ ପରିବର୍ତ୍ତନ ଆଣି କଂଗ୍ରେସ ଶାସନ କ୍ଷମତାକୁ ବଜାୟ ରଖିବା ଆଶା ରଖିଛି।