ଯୁଦ୍ଧ ବିରାମ ପରେ ପ୍ରଥମ ଦିନରେ ମୁକୁଳିଲେ ଇସ୍ରାଏଲ୍ ପଣବନ୍ଦୀ । ଏଥିସହ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ୍ ମୁକ୍ତ କରିଛି। ସେହପରି ଥାଇଲାଣ୍ଡର ୧୨ ପଣବନ୍ଦୀଙ୍କୁ ମଧ୍ୟ ମୁକ୍ତ କରାଯାଇଥିବା ଥାଇ ପ୍ରଧାନମନ୍ତ୍ରୀ ସ୍ରେଥା ଥାଭିସିନ୍ ସୂଚନା ଦେଇଛନ୍ତି।୭ରେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲରୁ ପ୍ରାୟ ୨୪୦ ଜଣଙ୍କୁ ଅପହରଣ କରି ପଣବନ୍ଦୀ ରଖିଥିଲେ। ପୂର୍ବରୁ ସେମାନେ ୪ ଜଣଙ୍କୁ ଛାଡ଼ିଥିଲେ। କାତାର, ଇଜିପ୍ଟ ଓ ଆମେରିକା ମଧ୍ୟସ୍ଥତାରେ ସନ୍ଧି ସଫଳ ହେବା ପରେ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ୍ ମୁକ୍ତ କରିଛି। ଏହି କୂଟନୈତିକ ସଫଳତା ଯୋଗୁ ଗାଜାର ପ୍ରାୟ ୨.୩ ନିୟୁତ ପାଲେଷ୍ଟିନୀୟଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହା ବଦଳରେ ଇସ୍ରାଏଲ ମଧ୍ୟ ନିଜ ଜେଲରୁ ୧୫୦ ପଲେଷ୍ଟିନୀୟଙ୍କୁ ମୁକ୍ତ କରିଛି। ଇସ୍ରାଏଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଣ୍ଟରନ୍ୟାଶନାଲ କମିଟି ଫର୍ ରେଡ୍ କ୍ରସ୍କୁ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହସ୍ତାନ୍ତର କରାଯାଇଛି। ସେମାନେ ଇଜିପ୍ଟ ସୀମାନ୍ତ ରାଫାହ ବର୍ଡର କ୍ରସିଂ ଦେଇ ଫେରିଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post