ଋଷ୍ ଟ୍ୟାଙ୍କ୍କୁ ରୋକିବା ପାଇଁ ନିଜକୁ ଉଡ଼ାଇ ଦେଲେ ୟୁକ୍ରେନ୍ ଯବାନ
ମେଟ୍ରୋ ଟିଭି ଓଡିଶା (୨୬ .୨.୨୦୨୨) :
ଗତ ତିନିଦିନ ଧରି ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଋଷ୍ ଭଳି ଶକ୍ତିଶାଳୀ ରାଷ୍ଟ୍ରକୁ ନଡରି ସହାସର ସହିତ ସାମ୍ନା କରୁଛି ୟୁକ୍ରେନ୍ । ଋଷ୍ ଅପେକ୍ଷା ଅଳ୍ପ ସଂଖ୍ୟକ ସୈନ୍ୟ ଏବଂ ଗୋଳା ବାରୁଦ ନେଇ ଦୃଢ଼ତାର ସହ ଜବାବ ଦେଉଛନ୍ତି ୟୁକ୍ରେନ୍ ସୈନ୍ୟ । ଏହାରି ଭିତରେ ଜଣେ ୟୁକ୍ରେନ୍ ଯବାନଙ୍କ ଦେଶ ପାଇଁ ତ୍ୟାଗ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ରିପୋର୍ଟ ମୁତାବିକ, ଋଷ୍ର ଟ୍ୟାଙ୍କକୁ ଅଟକାଇବା ପାଇଁ ୟୁକ୍ରେନ୍ର ଯବାନ ଭିଟାଲୀ ଭୋଲୋଡିମିରୋଭିଚ୍ ଶକୁନ୍ ପୋଲ ସହିତ ନିଜକୁ ବିଷ୍ପୋରଣ କରି ଉଡ଼ାଇଦେଇଥିବା ଜଣାପଡ଼ିଛି ।

ଏକ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ଋଷ୍ ସେନା ଯେତେବେଳେ କ୍ରିମିଆ ନିକଟ ସ୍ୱେସର୍ନ ଅଞ୍ଚଳରେ ଦ୍ରୁତ ଗତିରେ ଆଗକୁ ମାଡ଼ିଚାଲିଥିଲା ସେତେବେଳେ ଭିଟାଲୀ ନିଜ ଜୀବନକୁ ପଛରେ ପକାଇ ଆଗକୁ ଅଗ୍ରସର ହୋଇଥିଲେ । ଏଥି ସହିତ ଏକ ପୋଲ୍କୁ ଉଡ଼ାଇବା ପାଇଁ ନିଜକୁ ବିଷ୍ପୋରଣ କରିଦେଇଥିଲେ । ଯେଉଁ ପୋଲ୍ ଦେଇ ଋଷ୍ର ଟ୍ୟାଙ୍କ ଗୁଡ଼ିକ ସହର ଭିତରକୁ ପ୍ରବେଶ କରିଥାନ୍ତା, ସେହି ପୋଲ୍କୁ ସେ ଧ୍ୱଂସ କରି ଋଷ୍ର ବାଟ ଓଗାଳି ଥିଲେ ।

ରିପୋର୍ଟରୁ ଜଣାପଡ଼ିଛି ଯେ ଭିଟାଲୀ କ୍ରମିୟନ୍ ଇସ୍ତମୁସରେ ଏକ ସାମୁଦ୍ରିକ ବାଟାଲିୟନ୍ରେ ଇଞ୍ଜିନିୟର୍ ଭାବେ କାର୍ଯ୍ୟ କରୁଥିଲେ । ପୋଲ୍କୁ ଉଡ଼ାଇବା କାମ ସେ ନିଜ ଇଚ୍ଛାରେ କରିଥିଲେ । ଭିଟାଲୀ ପୋଲ୍ ଉପରକୁ ଯିବା ପୂର୍ବରୁ ତାଙ୍କ ସାଥୀ ମାନଙ୍କୁ କହିଥିଲେ ଯେ ସେ ପୋଲ୍ ଉପରେ ବୋମା ବିଛାଇ ଏହାକୁ ଧ୍ୱଂସ କରିବାକୁ ଯାଉଛନ୍ତି । ହେଲେ ବୋମା ବାଛାଇ ବ୍ଲାଷ୍ଟ କଲା ବେଳେ ସେ ପୋଲ୍ ଉପରୁ ଆସିପାରିନଥିଲେ । ଯାହା ଫଳରେ ତାଙ୍କର ବିଷ୍ପୋରଣରେ ମୃତ୍ୟୁ ହୋଇଛି ।