ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ବର: କଟକ- ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ବରର ରାଜଭବନ ଛକ ଯାଏ ୨୪ ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ ହେବ। ଏବେ ୩୦ ଫୁଟ ତଳରୁ ମାଟି ଖନନ କରାଯାଉଛି। ପ୍ରତି ଦେଢ଼ ମିଟର ତଳର ମାଟିକୁ ପରୀକ୍ଷା କରାଯିବ। ଲ୍ୟାବରେ ପରୀକ୍ଷା ପରେ ଡିପିଆର ପ୍ରସ୍ତୁତ କରି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ରାଜ୍ୟ ସରକାରଙ୍କୁ ଦେବ।ଏନେଇ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନର ଜନୈକ ଅଧିକାରୀ କହିଛନ୍ତି, ମେଟ୍ରୋ ଚାଲିବା ପାଇଁ ଏଠାକାର ମାଟି କେତେ ଭଲ, ରାସ୍ତାର ଦୁଇ ପାଖରେ କେତେ ଘର ଓ ଗଛ ରହିଛି ତାର ବି ସର୍ବେକ୍ଷଣ ଚାଲିଛି। ଏହି କାମକୁ ୨ରୁ ୩ ସପ୍ତାହ ଲାଗିବ।