ଶାଳଗ୍ରାମ ଶିଳା କୁ ନେଇ ଅଯୋଧ୍ୟାରେ ଉତ୍ସାହ

ରାମ ଲାଲାଙ୍କ ପୂଜା ପାଇଁ ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ଶିଳା । ନେପାଳରୁ ୭ ଦିନ ଧରି ୩୭୩ କିଲୋମିଟର ଯାତ୍ରା ପରେ ଅଯୋଧ୍ୟା ଆସିଲା ୨ଟି ୬ କୋଟି ବର୍ଷର ପୁରୁଣା ଶିଳା । ଗୋଟିଏ ଶିଳାର ଓଜନ ୨୬ ଟନ୍ ହୋଇଥିବା ବେଳେ ଅନ୍ୟଟି ୧୪ ଟନ୍ । ୬ କୋଟି ବର୍ଷ ପୁରୁଣା ଏହି ପ୍ରସ୍ତରରୁ ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କ ମୂର୍ତ୍ତି ନିର୍ମାଣ କରାଯିବ । ମୂର୍ତ୍ତି ରାମ ଦରବାରରେ ପ୍ରତିଷ୍ଠା ହେବ ।ଅଯୋଧ୍ୟାରେ ଶିଳା ପହଞ୍ଚିବା ପରେ ରାମଭକ୍ତଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା ।