ରାଜ୍‌ ଠାକରେ ନୂପୁର ଶର୍ମାଙ୍କୁ ସମର୍ଥନ କଲେ

ବିବାଦରେ ଫସିଥିବା ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ୍‌ ଠାକରେ । ପ୍ରଫେଟ୍ ମହମ୍ମଦଙ୍କ ଉପରେ ବୟାନ ଦେଇ ବିବାଦରେ ଫସିଥିବା ନୂପୁର ଶର୍ମାଙ୍କୁ ରାଜଙ୍କ ସମର୍ଥନ ମିଳିଛି । ବିଜେପିରୁ ନିଲମ୍ୱିତ ହୋଇଥିବା ନୂପୁରଙ୍କୁ ସମର୍ଥନ ରାଜ କହିଛନ୍ତି ତାଙ୍କୁ ସମସ୍ତେ କ୍ଷମା ମାଗିବାକୁ କହିଥିଲେ କିନ୍ତୁ ମୁଁ ତାଙ୍କର ସମର୍ଥନ କରୁଛି। ନୂପୁର ଶର୍ମା ଯେଉଁ କଥା କହିଥିଲେ , ସେ କଥା ଜାକିର ନାଇକ୍ ମଧ୍ୟ ପ୍ରଥମେ କହିଥିଲେ। କେହି ବି ତ ନାଇକ୍‌ଙ୍କୁ କ୍ଷମା ମାଗିବାକୁ ଦାବି କରି ନଥିଲେ।

ଇଣ୍ଡିଆ ଟୁଡେ ସହ କଥା ହୋଇ ରାଜ୍‌ ଠାକରେ ଏହି କଥା କହିଛନ୍ତି। ସେ ଏହି ସମୟରେ ଏଆଇଏମ୍ଆଇଏମ୍‌ର ବିଧାୟକ ଅକବରୁଦ୍ଦିନ ଓୱେସୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ସେ ଅନେକ ଥର ହିନ୍ଦୁ ଦେବୀ ଦେବତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ ମଧ୍ୟ ତାଙ୍କୁ କେତେଥର କ୍ଷମା ମାଗିବାକୁ କୁହାଯାଇଛି ।