ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଘଟଣାସ୍ଥଳରେ ପହଂଚିଛନ୍ତି। ଯେଉଁଠାରେ ରେଳ ଡବା ସବୁ ପଡିଛି ତାହା ବୁଲି ଦେଖୁଛନ୍ତି । ଉଦ୍ଧାର କରୁଥିବା ଟିମ ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି । ତାଙ୍କ ସହ ରେଳମନ୍ତ୍ରୀ ମଧ୍ୟ ଅଛନ୍ତି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅନେକ କଥା ପଚାରୁଥିବା ଦେଖିବାକୁ ମିଳିଛି ।

ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପାଇଁ ଆସି ପହଂଚିଛନ୍ତି ମୋଦି। ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପାଇଁ ମୋଦି ସେଠାରେ ପହଞ୍ଚିଛନ୍ତି । ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଯିବାର ଯେଉଁ କାର୍ଯ୍ୟକ୍ରମ ଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମୋଦି ଆଉ କଟକ ନଯାଇ ପୁଣି କଲେଇକୁଣ୍ଡା ଫେରିଯିବେ । ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୬୧ ପହଞ୍ଚିଲାଣି । ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିସହ ୯ଶହରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

#WATCH | Prime Minister Narendra Modi arrives at the site of #BalasoreTrainAccident to take stock of the situation. #OdishaTrainAccident pic.twitter.com/mxwehPzsZZ
— ANI (@ANI) June 3, 2023