ତାସକେଣ୍ଟ ଠାରେ ପଦକ ଜିତିଥିବା ମୁଷ୍ଟିଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତାସକେଣ୍ଟ ଠାରେ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ପ୍ରଥମ ଥର ପାଇଁ ପଦକ ଜିତିଥିବା ଦୀପକ ଭୋରିଆ, ହୁସାମୁଦ୍ଦିନ ଓ ନିଶାନ୍ତ ଦେବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଦୀପକ ଭୋରିଆ, ହୁସାମୁଦ୍ଦିନ ଓ ନିଶାନ୍ତ ଦେବଙ୍କୁ ଅଭିନନ୍ଦନ । ସେମାନଙ୍କ ସଫଳତା ଖୁବ ପ୍ରେରଣାଦାୟୀ ।”