ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ: ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ: ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ, ସାଧାରଣ ସଂପାଦକ ହେଲେ ସଂଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ; ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଆଜି ସକାଳେ ସଭାପତି ପଦରେ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପ୍ରାର୍ଥୀ ଭାଵେ ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ପଦ ପାଇଁ ସଞ୍ଜୟ ବେହେରାଙ୍କ ନାଁ ସ୍ଥିର କରାଯାଇଥିଲା । ସେମାନେ ନାମାଙ୍କନ ଭରିବା ପରେ ବିରୋଧି ପକ୍ଷରୁ ତାଙ୍କ ବିପକ୍ଷରେ କେହି ନାମାଙ୍କନ ଭରିନଥିଲେ । ନିର୍ଦ୍ବନ୍ଦରେ ନିର୍ଵାଚିତ ହୋଇଛନ୍ତି ଏସବୁ ପ୍ରାର୍ଥୀ । ଯଦି କୌଣସି ପଦ ପାଇଁ ଏକାଧିକ ପ୍ରାର୍ଥୀ ନାମାଙ୍କନ ଭରିଥାନ୍ତେ ତେବେ ୨୮ରେ ଓସିଏ ନିର୍ବାଚନ ହୋଇଥାନ୍ତା । ଏହି ନିର୍ଵାଚନରେ ମୋଟ ୭୩ ଜଣ ଭୋଟର ଅଛନ୍ତି ।