ବାଲେଶ୍ୱରରେ ୮୦୦ରୁ ଉର୍ଦ୍ଧ୍ବ ଗୋରୁ ଜବତ, ୪ ଅଟକ

ଆଜି ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ ୫ଟି ଓ ବେଲି ଗୋପୀନାଥପୁର ଗ୍ରାମରୁ ୩ଟି ଗୋରୁ ବୋଝେଇ କଣ୍ଟେନର ସହିତ ୮୦୦ରୁ ଉର୍ଦ୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୁଲିସ। ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଦେଇ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ପ୍ରତେକ ଦିନ ବିଭିନ୍ନ ଗାଡ଼ିରେ ଶହ ଶହ ଗୋରୁ ଚୋରା ଚାଲାଣ ହେଇ ଆସୁଥିବାର ଅଭିଯୋଗ ହେଉଛି। ଗତକାଲି ବିଳମ୍ବିତ ରାତିରେ  ୮ଟି କଣ୍ଟେନରରେ ୮୦୦ରୁ ଅଧିକ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୁଲିସ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଚଢାଉ କରିଥିଲା।