ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ସିଏନଜି ଭର୍ତ୍ତି ଗ୍ୟାସ ଟ୍ୟାଙ୍କର
ଭୁବନେଶ୍ବର: ପଳାଶୁଣି ବ୍ରିଜ ଦେଇ କଟକରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ଗେଲ ଇଣ୍ଡିଆର ସିଏନଜି ଭର୍ତ୍ତ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେଉଥିବା ଜଣାପଡିଥିଲା । ଏହା ପରେ ଗାଡିଟି ଅଟକି ରହିବାରୁ ଚାରିଆଡେ ଭୟ ଖେଳିଯାଇଥିଲା । ଟ୍ରାଫିକ୍ କଣ୍ଟ୍ରୋଲ କରିବା ପରେ କଟକ ଦିଗରୁ ଆସୁଥିବା ଗାଡି ମଟରକୁ ଅଟକା ଯାଇଥିଲା । ଅଗ୍ନିଶମବାହିନୀ କର୍ମଚାରୀମାନେ ଆସି ତୁରନ୍ତ ପାଣି ପକାଇବା ସହ ଗ୍ୟାସ ଲିକ ବନ୍ଦ ପାଇଁ ଚେଷ୍ଟା କରିଥିଲେ । ପରେ ଟ୍ୟାଙ୍କରଟିରୁ ଗ୍ୟାସ ଲିକ୍ ବନ୍ଦ ହୋଇଥିଲା । ଯାହା ଫଳରେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଥିଲେ ଲୋକେ ।
