ଆଇଟେଲ ଭାରତର ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ Itel P55 5G ଲଞ୍ଚ କରିଛି । ଏହି ଫୋନ ୧୦,୦୦୦ ଟଙ୍କାରୁ ମଧ୍ୟ କମ ମୂଲ୍ୟରେ ମାର୍କେଟରେ ମିଳୁଛି । Itel P55 5G ସହିତ Itel S23 + କୁ ମଧ୍ୟ ଇଣ୍ଟ୍ରଡ୍ୟୁସ କରିଛି । Itel P55 5G ରେ ୬.୬ ଇଞ୍ଚ HD + ଡିସପ୍ଲେ ଏବଂ ୯୦Hz ରିଫ୍ରେସ ରେଟ ଏବଂ ମିଡିଆଟେକ୍ ଡାଇମେନସିଟି ୬୦୮୦ ପ୍ରୋସେସର ସପୋର୍ଟ ଦିଆଯାଇଛି । ଏହି ଫୋନରେ ୮ GB RAM ଏବଂ ୧୨୮GB ଷ୍ଟୋରେଜ ପର୍ଯ୍ୟନ୍ତ ସପୋର୍ଟ ଦିଆଯାଇଛି । ତେବେ ଫୋନର ଅନ୍ୟ ସ୍ପେସିଫିକେସନ ବିଷୟରେ ଆସନ୍ତୁ ଜାଣିବା ଏହି ଫୋନରେ ମିଡିଆଟେକ୍ ଡାଇମେନସନ ୬୦୮୦ ପ୍ରୋସେସର, ୮ GB RAM ଏବଂ ୧୨୮ GB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ରହିଛି । ଫୋନରେ ଆଣ୍ଡ୍ରଏଡ ୧୩ ଆଧାରିତ ItelOS ମିଳୁଛି । ସିକ୍ୟୁରିଟି ପାଇଁ ଫୋନରେ ସାଇଡ- ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି ।କ୍ୟାମେରା ସପୋର୍ଟ ବିଷୟରେ କହିବାକୁ ଗଲେ ଏଥିରେ ଡୁଆଲ ରିୟର୍ କ୍ୟାମେରା ଦିଆଯାଇଛି । ଏହି ଫୋନରେ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଏବଂ ସେକେଣ୍ଡାରୀ କ୍ୟାମେରା ଏଆଇ ସେନ୍ସର ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Next Post