ଉପରାଷ୍ଟ୍ରପତି ପାଇଁ ଚାଲିଛି ମତଦାନ

 ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଛି। କେବଳ ସଂସଦର ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ ଭୋଟ୍ ଦେଇ ଦେଶର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ କରିବେ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଓ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କୁ ଭୋଟ ଦେଉଛନ୍ତି ସଦସ୍ୟମାନେ । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି  ନିଜର ଭୋଟ ଦେବାପରେ ଅନ୍ୟାନ୍ୟ ସାଂସଦମାନେ ମଧ୍ୟ ଭୋଟ ଦେଉଛନ୍ତି । 

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବାକୁ ସାଂସଦଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ଜଣକ ପରେ ଜଣେ ସାଂସଦ ଭୋଟ ଦେଉଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଆସି ଭୋଟ ଦେଇଛନ୍ତି ।