ଶ୍ରୀଲଙ୍କା ସହ ଆଜି ଭାରତର ମୁକାବିଲା

ଏସିଆ କପ୍ ସୁପର-୪ରେ ଆଜି ଭାରତ ପାଇଁ କର ବା ମର ମ୍ୟାଚ୍ । ସଂଧ୍ୟା ସାଢେ ୭ଟାରେ ଶ୍ରୀଲଙ୍କା ସହ ମୁକାବିଲା ରହିଛି । ପ୍ରଥମ ମ୍ୟାଚ୍ ହାରିଥିବାରୁ ଫାଇନାଲ ଦୌଡ଼ରେ ରହିବା ପାଇଁ ହେଲେ ନିଶ୍ଚିତ ବିଜୟ ଆବଶ୍ୟକ । ଭାରତ ପାଇଁ ନିଜର ବୋଲିଂ ବିକଳ୍ପକୁ ସଜାଡ଼ିବା ମୁଖ୍ୟ ଆହ୍ବାନ ହୋଇଛି ।ମାତ୍ରାଧିକ ପରୀକ୍ଷାନିରୀକ୍ଷାରେ ନ ମାତି ଏବେ ସୀମିତ ବୋଲିଂ ସମ୍ବଳରୁ ଶ୍ରେଷ୍ଠତ୍ୱ ବାହାର କରିବା ଯୋଜନାରେ ରହିବ ଭାରତ । ରବୀନ୍ଦ୍ର ଜାଦେଜା, ହର୍ଷଲ ପଟେଲ୍‌, ଯଶପ୍ରୀତ୍ ବୁମରାଙ୍କ ଆହତଜନିତ ଅନୁପସ୍ଥିତି ଦଳର ବୋଲିଂ ବିକଳ୍ପକୁ ବିଗାଡ଼ି ଦେଇଛି । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତିଥିଲେ ମଧ୍ୟ ରବିବାର ରାତିରେ ହାର୍ଦ୍ଦିକ ପାଣ୍ଡ୍ୟା, ୟୁଝବେନ୍ଦ୍ର ଚହଲ ଏବଂ ଭୁବନେଶ୍ୱର କୁମାର ମହଙ୍ଗା ବୋଲିଂ କରିବା ଭାରତକୁ ବିଜୟରୁ ବଞ୍ଚିତ କରିଥିଲା । ୫ ବୋଲର ଯୋଜନାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪ ଓଭର ବୋଲିଂ କରିବା ଜଟୀଳ ହୋଇଯାଇଥିଲା ।