ସରକାରୀ ଦଳର ନେତାମାନେ ସାଜିଛନ୍ତି ବାଲି ମାଫିଆ
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ବାଲି ଚୋରାଚାଲଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଜୟଦେବ ବିଧାନସଭା କ୍ଷେତ୍ରର ଦୁଇଟି ବ୍ଲକ ବାଲିଅନ୍ତା ଏବଂ ବାଲିପାଟଣା ରେ କୁଆଖାଇ ଏବଂ କୁଷଭଦ୍ରା ନଦୀ କୂଳରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ । ନାମକୁ ମାତ୍ର କେବଳ ଲିଜ ଦିଆଯାଇଛି କିନ୍ତୁ ବିଜେଡି ନେତାମାନେ ବାଲି ଚୋରାଚାଲଣ କରୁଛନ୍ତି । ହଜାର ହଜାର ଟନ ବାଲି ଚୋରାଚାଲଣ ହେଉଛି ମାତ୍ର ବେଆଇନ ଭାବେ । ଏହାକୁ ନେଇ ସ୍ଥାନୀୟ ଲୋକ ମାନେ ବହୁଥର ସାଂସଦଙ୍କ ପାଖକୁ ମଧ୍ୟ ଅଭିଯୋଗ ଆଣିଥିବା ସେ କହିଛନ୍ତି। ଏହି ଅଭିଯୋଗ ପରେ ଅପରାଜିତା ୫ ଜୁନ ୨୦୨୨ ଏବଂ ୧୧ ଜୁଲାଇ ୨୦୨୨ ରାଜ୍ୟ ପ୍ରଶାସନ ଙ୍କୁ ଲିଖତି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ମଧ୍ୟ ଉଭୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ଚୁପ ହୋଇ ବସିଛନ୍ତି । କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ତେବେ ଲିଜ ଦିଆଯିବା ପରେ ଯେଉଁ ସବୁ ସର୍ତ୍ତକୁ ପାଳକରାଯିବା କଥା ସେହି ସର୍ତ୍ତ ବିଷୟରେ ସାଂସଦ ଜଣାଇଥିଲେ । ସୂର୍ଯ୍ୟାସ୍ତ ବା ସନ୍ଧ୍ୟାପରେ ଖନନ ହୋଇ ପାରିବ ନାହିଁ । କିନ୍ତୁ ଖନନ କରାଯାଉଛି । ଅଭିଯୋଗ ଅନୁସାରେ ଲିଜର କୌଣସି ସର୍ତ୍ତକୁ ପାଳନ କରାଯାଉ ନାହିଁ । ଏହାକୁ ଅବମାନନା କରି ଲଗାତାର ଭାବେ ବାଲି ଚାଲଣ ଚାଲିଛି । ଏହି ଘଟଣା ରେ ଶାସକ ଦଳର ଜଣେ ରାଜନେତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଅପରାଜିତା କହିଛନ୍ତି ଶାସକଦଳର ଜଣେ ଅତ୍ୟନ୍ତ ପ୍ରଭାବ ଶାଳୀ ନେତା ଲିଜ ନେଇଥିବା ବ୍ୟକ୍ତିଙ୍କ ମଧ୍ୟ ରେ ଭଲସମ୍ପର୍କ ରହିଛି । ସେଥିପାଇଁ ବାଲି ଚୋରାଚାଲଣ ଜୋରସୋରରେ ଚାଲିଛି । ଆଉ ଅପରାଜିତା ଏହା ମଧ୍ୟ କହିଛନ୍ତି ଯଦି ଏହି ଭଳି ବାଲି ଚୋରାଚାଲଣ ଚାଲିଲା ତେବେ ଖୁବଶୀଘ୍ର ଏହି ନଦୀ ଉପରେ ଥିବା ବ୍ରିଜ ମଧ୍ୟ ଭାଙ୍ଗି ଯିବ । ତେଣୁ ସେ ଉଭୟ ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନଙ୍କୁ ଏଥି ପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ଏହି ଚୋରାଚାଲଣକୁ ରୋକିବାକୁ କହିଛନ୍ତି ।