ଚନ୍ଦ୍ରବାବୁ ନାଇଡ଼ୁଙ୍କ ରୋଡସୋ’ରେ ଦଳାଚକଟା, ୮ ମୃତ

ନେଲୋର : ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ରୋଡ୍‌ସୋ’ ଓ ସାଧାରଣ ସଭା ବେଳେ ଅସମ୍ଭବ ଭିଡ଼ ଯୋଗୁ ଦଳାଚକଟା ହୋଇ କିଛି ଲୋକଙ୍କ ଜୀବନ ଯାଇଛି । ଏହି ସମୟରେ ପାଖରେ ଥିବା ଏକ ଡ୍ରେନ୍ ଭିତରକୁ ଖସିପଡ଼ି ଜଣେ ମହିଳାଙ୍କ ସମେତ ୮ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଅନେକ ବ୍ୟକ୍ତି ଆହତ ହୋଇଛନ୍ତି।ଗତକାଲି ସନ୍ଧ୍ୟାରେ ନେଲୋର ଜିଲ୍ଲାର କନ୍ଦୁକୁରଠାରେ ଚନ୍ଦ୍ରବାବୁ ନାଇଡ଼ୁ ରୋଡ୍‌ସୋ’ ସାରି  ସଭାରେ ପହଞ୍ଚିବା ବେଳେ ହଜାର ହଜାର ଟିଡିପି କର୍ମୀ ଓ ସମର୍ଥକଙ୍କ ଗହଳି ଯୋଗୁ ଠେଲାପେଳା ହୋଇଥିଲା । କିଛି ଲୋକ ପାଖରେ ଥିବା ଡ୍ରେନରେ  ପଡ଼ିଯାଇଥିଲେ।