ଯୋରନ୍ଦା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ

ଢେଙ୍କାନାଳ: ଉନ୍ନତି ପଥରେ ଢେଙ୍କାନାଳର ବିଶ୍ବପ୍ରସିଦ୍ଧ ଯୋରନ୍ଦା ପୀଠ । ଯୋରନ୍ଦା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳି ଗୁଡିକର ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କେବଳ ୧୦ କୋଟି ଟଙ୍କା ବ୍ୟୟରେ ମହିମାଗାଦୀ ଯୋରନ୍ଦା ପୀଠର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ ।
ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ଯୋରନ୍ଦା ହାଇସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପାନ୍ଥନିବାସ ଯାଇ ଅପେକ୍ଷାରତ ଜନପ୍ରତିନିଧିଙ୍କୁ ଭେଟିବା ପରେ ଧୂନି ମନ୍ଦିର ପରିଦର୍ଶନ କରିବେ । ପରେ ଗାଦି ମନ୍ଦିର ଯାଇ ବକଳଧାରୀଙ୍କୁ ସାକ୍ଷାତ କରିବେ । ସମ୍ବୋଧନ ମଞ୍ଚରେ 5T ସଚିବଙ୍କୁ ଅପେକ୍ଷା କରିଛନ୍ତି ଅନେକ ଲୋକ । ସେଠାରେ ଭି.କେ ପାଣ୍ଡିଆନ ମହିମା ଗାଦିର ବିକାଶ ନେଇ କଣ କହିବେ , ତାକୁ ଅପେକ୍ଷା କରିଛନ୍ତି ।