ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ ବଗି

ରାୟଗଡ଼ା: ଓଡ଼ିଶାରେ ଟ୍ରେନ ଦୁର୍ଘଟଣାର ପିଛା ଛାଡୁନି । ପୁଣି ଏକ ମାଲ ବୋଝେଇ ଟ୍ରେନ୍  ରାୟଗଡ଼ାରେ ଲାଇଚ୍ୟୁତ ହୋଇଛି । ଅମ୍ବାଦଳା ଷ୍ଟେସନ ନିକଟରେ ବିଶାଖାପାଟଣାରୁ ଆସୁଥିବା ବକ୍ସାଇଟ ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବକ୍ସସାଇଟ ନେଇ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ରିଫାଇନାରୀ ପ୍ଲାଣ୍ଟକୁ ଯାଉଥିଲା ଟ୍ରେନ । ଅମ୍ବାଦଳା ରେଷ ଷ୍ଟେସନଠାରୁ ମାତ୍ର ୨୦୦ ମିଟର ଦୂରରେ ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ ହୋଇଛି । ପାଖରେ ଅନ୍ୟ ତିନୋଟି ଲାଇନ ଥିବାରୁ ରେଳ ଚଳାଚଳରେ କୌଣସି ବାଧାସୃଷ୍ଟି ହୋଇନାହିଁ ।  ତେବେ ଷ୍ଟେସନରେ ଅନ୍ୟ ୩ଟି ଲାଇନରେ ରେଳ ଯାତାୟତ କରୁଛି । ବାରମ୍ବାର ରେଳ ଦୁର୍ଘଟଣା ଏବଂ ଲାଇନଚ୍ୟୁତକୁ ନେଇ ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି ।