ମଣିପୁରରେ ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟଣାରେ ୪ ଗିରଫ

ଇମ୍ପାଲ: ମଣିପୁରରେ ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତ ଗିରଫ । । ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁକୁ ମଣିପୁର ସମ୍ପୂର୍ଣ୍ଣ ଅଶାନ୍ତ ହୋଇପଡ଼ିଛି । ହିଂସା, ବିଦ୍ରୋହର ନିରାପଦ ଚରାଭୁଁଇ ପାଲଟିଛି ପୂରା ରାଜ୍ୟ । ଯାହାକୁ ନେଇ ୬ ମାସ ପାଇଁ ସମ୍ପୂର୍ଣ୍ଣ ରାଜ୍ୟକୁ ଅଶାନ୍ତ ଘୋଷଣା କକରିଛନ୍ତି ରାଜ୍ୟ ସରକାର । ଦୁଇ ଜଣ ବିଦ୍ୟାର୍ଥୀଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ପୂରା ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ସେମାନଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ବିରୋଧରେ ନାରା ଦେଇଥିଲେ ଛାତ୍ରଛାତ୍ରୀ ।