ଯୁକ୍ତ ୩ରେ ବଢ଼ିଲା ୧୨ ହଜାର ସିଟ୍‌

ଭୁବନେଶ୍ବର :  ଯୁକ୍ତ ୩ କଲେଜ ତଥା ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ନଜରରେ ରଖି ଗତବର୍ଷ ତୁଳନାରେ ଏଥରକ ୧୨ ହଜାର ସିଟ୍‌ ବୃଦ୍ଧି କରାଯାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ୧୦୨୩ ଯୁକ୍ତ୩ କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟ୍‌ରେ ନାମଲେଖା ହୋଇଥିଲା। ୨୦୨୩-୨୪ ଶିକ୍ଷାବର୍ଷରେ ଆଉ ୧୩ଟି ନୂତନ କଲେଜକୁ ସାମିଲ କରାଯିବା ସହ ୧୨ହଜାର ୬୧୫ ସିଟ୍‌ରେ ନାମଲେଖା ଲାଗି ନିଷ୍ପତ୍ତି ହୋଇଛି।