ଭାରତ ବିପକ୍ଷରେ ଖେଳିବେ ପୂଜାରା,ପନ୍ତ,ବୁମ୍ରା; ଜାଣନ୍ତୁ କ’ଣ ରହିଛି ମାମଲା
ମେଟ୍ରୋ ଟିଭି ଓଡିଶା (୨୩.୬.୨୦୨୨)
ଆସନ୍ତା ୧ରୁ ଏଜବାଷ୍ଟନଠାରେ କେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ କ୍ରିକେଟ୍ ଟେଷ୍ଟ ପୁର୍ବରୁ ଭାରତୀୟ ଦଳ କାଉଣ୍ଟି କ୍ଲବ୍ ଲେଷ୍ଟେଷ୍ଟେୟାର ବିପକ୍ଷରେ ଗୁରୁବାରଠାରୁ ଏକ ଅଭ୍ୟାସ ମ୍ୟାଚ୍ ଖେଳିବେ । ଏହି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ବିପକ୍ଷରେ ଚେତେଶ୍ୱର ପୁଜାରା, ଋିଷଭ ପନ୍ତ, ଜସ୍ପ୍ରିତ୍ ବୁମ୍ରା, ପ୍ରସିଦ୍ଧ କ୍ରିର୍ଷ୍ଣା ଖେଳିବେ । ଭ୍ରମଣକାରୀ ଦଳର ଉତ୍ତମ ଅଭ୍ୟାସ ଲାଗି ବିସିସିଆଇ, ଇସିବି ଓ ଏଲ୍ସିସିସି ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।

ଏହି କ୍ଲବର ଅଧିନାୟକତ୍ୱ ସାମ ଇଭାନ୍ସଙ୍କ ହାତରେ ରହିବ । ଯେଉଁଠାରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର କମାଣ୍ଡ ପରିଚାଳନା କରୁଥିବା ଦେଖିବାକୁ ମିଳିବ। ଏହି ୪ ଦିନିଆ ୱାର୍ମ ଅପ୍ ମ୍ୟାଚ୍ ରେ ୧୩-୧୩ ଖେଳାଳି ଉଭୟ ଦଳରୁ ଖେଳିବେ, ଯାହାଫଳରେ ବୋଲରମାନଙ୍କର ଅଧିକ କାର୍ଯ୍ୟ ଭାର ରହିବ ନାହିଁ ।କ୍ଲବ୍ ଲିସେଷ୍ଟରଶାୟାର ଏହାର ବିବୃତ୍ତିରେ କହିଛନ୍ତି,”ଆମେ ୱାର୍ମ ଅପ୍ ମ୍ୟାଚ୍ ପାଇଁ ଭାରତୀୟ ଦଳକୁ ସ୍ୱାଗତ କରୁଛୁ । ଟିମ୍ ଇଣ୍ଡିଆର ତାରକା ଖେଳାଳି ଚେତେଶ୍ୱର ପୂଜାରା, ଋିଷଭ ପନ୍ତ, ଜସପ୍ରୀତ ବୁମ୍ରା ଏବଂ ପ୍ରସିଦ୍ଧ କ୍ରିର୍ଷ୍ଣା ଆମ କ୍ଲବରୁ ଖେଳିବେ, ଯାହାକୁ ଓପନର୍ ସାମ ଇଭାନ୍ସ ଅଧିନାୟକତ୍ୱ କରିବେ।