ବଡଦିନର ମହତ୍ତ୍ୱ
ମେଟ୍ରୋ ଟିଭି ବ୍ୟୁରୋ, ୨୬/୧୨: ପ୍ରଭୁ ଯୀଶୁଙ୍କର ଜନ୍ମଦିନକୁ ଖ୍ରୀଷ୍ଟମାସ ଦିବସ ରୂପେ ପାଳନ କରାଯାଏ । ଏହି ଦିନକୁ ସମଗ୍ର ବିଶ୍ୱରେ ବଡଦିନ ବୋଲି କୁହାଯାଏ । ଏହି ଫେଷ୍ଟିଭାଲ ରେ ଚର୍ଚ୍ଚ ଗୁଡିକ ଅତି ସୁନ୍ଦର ଭାବେ ସଜା ହେବା ସହ ଘରଗୁଡ଼ିକ ମଧ୍ୟ ସଜା ଯାଇଥାଏ । ଘରେ ଆଲୋକ ଏବଂ ଖ୍ରୀଷ୍ଟମାସ ଗଛ ଲଗାଯାଏ ଏବଂ ଲୋକମାନେ ପରସ୍ପରକୁ ଉପହାର ମଧ୍ୟ ଦିଅନ୍ତି । ଏହା ସହିତ ଲୋକେ ସିକ୍ରେଟ ସାଣ୍ଟା ହୋଇ ପରସ୍ପରକୁ ଗିଫ୍ଟ ଦେଇ ଥାଆନ୍ତି ।
ଉଲ୍ମ ମିନଷ୍ଟର ଚର୍ଚ୍ଚ ହେଉଛି ଦୁନିଆର ସବୁଠାରୁ ବୃହତ ଚର୍ଚ୍ଚ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଏହି ଚର୍ଚ୍ଚର ଟାୱାର ପ୍ରାୟ ୫୩୦ ଫୁଟ ଉଚ୍ଚ ଅଟେ । ଏହାର ଓଜନ ପ୍ରାୟ ୫୨,୫୦୦୦୦ ଟନ୍ । ଚର୍ଚ୍ଚର ଲମ୍ବ ୪୦୫.୪ ଫୁଟ ଏବଂ ମୋଟେଇ ୧୬୦ ଫୁଟ । ଏହି ଚର୍ଚ୍ଚରେ ପ୍ରାୟ ୨ ହଜାର ଲୋକଙ୍କ ପାଇଁ ଏକାଠି ବସି ପ୍ରାର୍ଥନା କରିବାର ସୁବିଧା ମଧ୍ୟ ରହିଛି ।ଜର୍ମାନୀରେ ଉଲ୍ମ ମିନଷ୍ଟର ଚର୍ଚ୍ଚର ନିର୍ମାଣ ୧୮୯୦ ମସିହାରେ ଶେଷ ହୋଇଥିଲା। ସେବେଠାରୁ ଏହାକୁ ଦୁନିଆର ସର୍ବୋଚ୍ଚ ଚର୍ଚ୍ଚ ଭାବରେ ଗଣାଯାଏ କିନ୍ତୁ ଦୁଃଖର ବିଷୟ ହେଉଛି ଆଗାମୀ ୨୦୨୬ ମସିହା ସୁଦ୍ଧା ଏହି ଚର୍ଚ୍ଚ ର ରେକର୍ଡ ଭାଙ୍ଗିବାକୁ ଯାଉଛି । କାରଣ ସ୍ପେନର ୟୁରୋପୀୟ ଦେଶରେ ସାଗ୍ରଡା ଫାମିଲିୟା ନାମକ ଚର୍ଚ୍ଚର ନିର୍ମାଣ କାର୍ୟ୍ୟ ଶୁବ ଶୀଘ୍ର ଶେଷ ହେବ , ଯାହାର ଟାୱାର ର ଉଚ୍ଚତା ପ୍ରାୟ ୫୬୦ ଫୁଟ ଉଚ୍ଚ ହେବ। ଏହା ହୋଇଯିବ ଦୁନିଆର ସବୁଠାରୁ ଉଚ୍ଚ ଚର୍ଚ୍ଚ କିନ୍ତୁ ପ୍ରତି ବର୍ଷ ଖ୍ରୀଷ୍ଟମାସରେ ବର୍ତ୍ତମାନର ସବୁଠାରୁ ବଡ ଚର୍ଚ ଉଲ୍ମ ମିନିଷ୍ଟ ରେ ମଧ୍ୟ ଖୁବ ଧୁମ୍ ଧାମ୍ ରେ ଖ୍ରୀଷ୍ଟମାସ ପାଳନ କରାଯାଏ । ଏଠାରୁ ଅନେକ ସ୍ଥାନରୁ ଲୋକେ ଆସିଥାଆନ୍ତି ।
ଖ୍ରୀଷ୍ଟମାସ ପର୍ବ ସମଗ୍ର ବିଶ୍ୱରେ ଧୁମ୍ ଧାମ ରେ ପାଳନ କରାଯାଏ । ତେବେ ଖ୍ରୀଷ୍ଟମାସ ରେ ଖ୍ରୀଷ୍ଟମାସ ଟ୍ରି ମଧ୍ୟ ଅତି ସୁନ୍ଦର ଭାବେ ସଜାହୋଇ ଥାଏ । ଖ୍ରୀଷ୍ଟମାସରେ ଖ୍ରୀଷ୍ଟମାସ ଗଛକୁ ସଜାଇବାର ଏକ ପୁରୁଣା ପରମ୍ପରା । ଅତନ୍ତ୍ୟ ସବୁଜ ଖ୍ରୀଷ୍ଟମାସ ଗଛ ହେଉଛି ଏକ ବାଲସାମ ଗଛ ବା ଫୁଲରେ ସଜିତ ବୃକ୍ଷ। ଏହି ବୃକ୍ଷକୁ ସଜାଇବାର ପରମ୍ପରା ପ୍ରାଚୀନ କାଳରେ ଚୀନ୍, ଇଜିପ୍ଟ ଏବଂ ହିବ୍ରୁ ବାସିନ୍ଦାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏହା ପଛରେ ସେମାନଙ୍କର ବିଶ୍ୱାସ ଥିଲା ଯେ ଏହି ଗଛଗୁଡ଼ିକୁ ଘରେ ସଜାଇ ରଖିବା ଦ୍ୱାରା ଦୁଷ୍ଟ ଆତ୍ମାମାନେ ଘରେ ପ୍ରବେଶ କରନ୍ତି ନାହିଁ । ଏଠାରେ ରହୁଥିବା ବାସିନ୍ଦାମାନେ ଏହି ବୃକ୍ଷକୁ ଜୀବନରେ ଖୁସିର ପ୍ରତୀକ ଭାବରେ ବିବେଚନା କରି ଫୁଲ ଏବଂ ଫୁଲମାଳ ସହିତ ସଜାଉଥିଲେ । ଏମିତିକି ଫଳ ମଧ୍ୟ ସେମାନେ ଏହି ଗଛରେ ଲଗାଉଥିଲେ ।
ଘରେ ଖ୍ରୀଷ୍ଟମାସ ଗଛ ରଖିବାର ପରମ୍ପରା ୧୮୪୧ ମସିହାରେ ରାଣୀ ଭିକ୍ଟୋରିଆଙ୍କ ସ୍ୱାମୀ ଆଲବର୍ଟଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଆଲବର୍ଟ ୱିଣ୍ଡସର ଦୁର୍ଗରେ ପ୍ରଥମ ଖ୍ରୀଷ୍ଟମାସ ଗଛକୁ ସଜାଇଥିଲା । ପରେ ଲୋକମାନେ ଏହି ଗଛକୁ ଚକୋଲେଟ୍, ପିଠା, ମହମବତୀ , ଫୁଲ ଓ ବିଭିନ୍ନ ପ୍ରକାର ଗଫ୍ଟ ସହିତ ସଜାଇବା ଆରମ୍ଭ କଲେ । ପରେ ପରେ ଏହା ଏକ ପରମ୍ପରା ହୋଇଗଲା ଏବଂ ପ୍ରତିବର୍ଷ ଲୋକମାନେ ଖ୍ରୀଷ୍ଟମାସ ଗଛକୁ ସଜାଇ ଏହି ପର୍ବ ପାଳନ କରନ୍ତି । ତେବେ ଏହାର ଅଧିକ ମହତ୍ୱ ଚର୍ଚ ରେ ରହଥାଏ । କୁହାଯାଏ ଖ୍ରୀଷ୍ଟମାସ ଟ୍ରି କୁ ଚର୍ଚ୍ଚ ରେ ସଜାଇବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ।