ପ୍ରପଲ୍ସନ ମଡ୍ୟୁଲରୁ ଲ୍ୟାଣ୍ଡିଂ ପାଇଁ ଅଲଗା ହେଲା ଲ୍ୟାଣ୍ଡର: ଚନ୍ଦ୍ରର ନିକଟତର ହେଉଛି ଲ୍ୟାଣ୍ଡର
ବେଙ୍ଗାଲୁରୁ: ପ୍ରପଲ୍ସନ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲ ଅଲଗା ହୋଇଛି । ଲ୍ୟାଣ୍ଡିଂ ମଡ୍ୟୁଲରେ ଅଛି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର। ଆଉ ୭ ଦିନ ପରେ ଅଗଷ୍ଟ ୨୩ରେ ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଏହାପରେ ବିକ୍ରମକୁ ପୁଣି ଏକ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯିବ। ଏଥିରେ ଚନ୍ଦ୍ରପୃଷ୍ଠରୁ ବିକ୍ରମର ଦୂରତମ ଦୂରତା ୧୦୦ କିମି ଓ ନିକଟତମ ଦୂରତା ୩୦ କିମି ରହିବ। ତା’ପରେ ଅନ୍ତିମ ଅବତରଣ ପାଇଁ ଉଦ୍ୟମ କରାଯିବ। ୩୦ କିମି x ୧୦୦ କିମି କକ୍ଷପଥରେ ବିକ୍ରମକୁ ସ୍ଥାପନ କରିବାର ପ୍ରକ୍ରିୟା ସଫଳ ହେଲେ ଅବତରଣର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବ। ଏଥିରେ ୩୦ କିମି ଉଚ୍ଚରୁ ବିକ୍ରମର ପରିବେଗକୁ ହ୍ରାସ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି।