ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ: ବିଶ୍ବକର୍ମା ଯୋଜନାର କଲେ ପ୍ରଶଂସା
ପୁରୀ: ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସୀତାରମଣ । ଶ୍ରୀଜୀଉଙ୍କୁ ଦର୍ଶନ କଲେ। ବେଢା ପରିକ୍ରମା, ପାର୍ଶ୍ଵ ଦେବାଦେବୀ ଓ ବିମଳା ମନ୍ଦିରରେ କଲେ ଦର୍ଶନ। ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ କିଛି ଦାନ ମଧ୍ୟ ପ୍ରଦାନ କରିଛନ୍ତି। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଦର୍ଶନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଖଣ୍ଡୁଆ ଓ ଲାଗି ଭେଟି ସ୍ୱରୂପ ପ୍ରଦାନ କରାଯାଇଥିଲା। ତେବେ କିଛି ସମୟ ପରେ ପେଣ୍ଠକଟା ସ୍ଥିତ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ବୃକ୍ଷରୋପଣ କାର୍ଯ୍ୟରେ ଯୋଗ ଦେଇଥିଲେ । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ‘ବସୁଧା ବନ୍ଦନା’ କାର୍ଯ୍ୟକ୍ରମ ଅନ୍ତର୍ଗତ ମାନ୍ୟବର ଅର୍ଥମନ୍ତ୍ରୀ ବୀର ଶହୀଦଙ୍କ ସ୍ମୃତିରେ ‘ସ୍ମାରକୀ ଫଳକ’ ପ୍ରତିଷ୍ଠା ସହ ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷରୋପଣ କରି ଆନନ୍ଦିତ ହୋଇଥିଲେ ।
#WATCH | Union Finance Minister Nirmala Sitharaman says "PM Modi from the Red Fort launched the scheme 'Vishwakarma Yojana'. We have also made provisions in the budget for it. PM Modi has decided to support the artisans all over the country who produce India's excellence and… pic.twitter.com/FxWR2Z1sCD
— ANI (@ANI) August 17, 2023
ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଓ ବଳିଦାନ ଦେଇଥିବା ସାହସୀ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ସମର୍ପଣ ଭାବନା ଚିର ସ୍ମରଣୀୟ । pic.twitter.com/h5zCLdDWOh
— Dharmendra Pradhan (@dpradhanbjp) August 17, 2023
ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ #MeriMaatiMeraDesh ଅଭିଯାନରେ ‘ବସୁଧା ବନ୍ଦନା’ କାର୍ଯ୍ୟକ୍ରମ ଅନ୍ତର୍ଗତ ମାନ୍ୟବର ଅର୍ଥମନ୍ତ୍ରୀ @nsitharaman ଙ୍କ ସହ ବୀର ଶହୀଦଙ୍କ ସ୍ମୃତିରେ ‘ସ୍ମାରକୀ ଫଳକ’ ପ୍ରତିଷ୍ଠା ସହ ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷରୋପଣ କରି ଆନନ୍ଦିତ । pic.twitter.com/zHmA9tQ3EK
— Dharmendra Pradhan (@dpradhanbjp) August 17, 2023