ଧାମନଗର ଉପନିର୍ବାଚନ : 11 ଟା ସୁଦ୍ଧା 22 ପ୍ରତିଶତ ଭୋଟିଂ

ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଭୋଟରମାନେ ଉତ୍ସାହର ସହ ମତଦାନ କରୁଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ସକାଳ ୧୧ଟା ସୁଦ୍ଧା ୨୨.୩୬% ମତଦାନ ହୋଇଥିବା CEO ସୂଚନା ଦେଇଛନ୍ତି । ଆରମ୍ଭରୁ ୫ଟି ବୁଥ୍‌ରେ ସାମାନ୍ୟ ତ୍ରୁଟି ଥିଲା, ଏବେ ସବୁ ଠିକଠାକ୍ ଚାଲିଥିବା ସେ କହିଛନ୍ତି । ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନିଷେଧାଞ୍ଚଳରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି, ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଦଳୀୟ ଚିହ୍ନ ଲାଗିଥିବା ଗାଡିକୁ ଲୋକଙ୍କ ପ୍ରବଳ ବିରୋଧ, ବିରୋଧ ଯୋଗୁ ପ୍ରଚାର ଗାଡ଼ି ପଳାଇଛି ।