ଖାଇବା ତେଲ ଦର କମିବ: ୫ ପ୍ରତିଶତ ଆମଦାନୀ ଶୁଳ୍କ କମାଇଲେ କେନ୍ଦ୍ର ସରକାର

ଖାଇବା ତେଲ ଦର କମିବ ।  ଆମଦାନୀ ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର।  ସୋୟାବିନ ତେଲ ଓ ସନଫ୍ଲାୱାର ତେଲ ଉପରେ ୫ ପ୍ରତିଶତ ଆମଦାନୀ ଶୁଳ୍କ କମିଥିବାରୁ ଆଗାମୀ ଦିନରେ ତେଲ ଦର କମିବ । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ସୋୟାବିନ ଓ ସନଫ୍ଲାୱାର ତେଲ ଉପରେ ଅମଦାନୀ ଶୁଳ୍କ ୧୭.୫ ପ୍ରତିଶତରୁ ହ୍ରାସ ପାଇ ୧୨.୫ ପ୍ରତିଶତ ହୋଇଛି। ଏହି ପରିବର୍ତ୍ତିତ ଆମଦାନୀ ଶୁଳ୍କ ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ବଳବତ୍ତର ରହିବ। ଦେଶର ଘରୋଇ ବଜାରରେ ଖାଇବା ତେଲର ଦର କମାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।