ଅଫତାବ୍ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି 35 ଖଣ୍ଡ କରିଦେଲା

ମହାରାଷ୍ଟ୍ରରେ ମିଛ ପ୍ରେମ ପରେ ହତ୍ୟା ଘଟଣା ସାରା ଦେଶରେ ଚର୍ଚା ହେଉଛି । ମହାରାଷ୍ଟ୍ରର ଶ୍ରଦ୍ଧାଙ୍କୁ ପ୍ରେମ ଜାଲରେ ଫସାଇ ପ୍ରେମିକ ଅଫତାବ ହତ୍ୟା କରିବାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଏବେ ଆଲୋଚନା ହେଉଛି । ପ୍ରେମର ବାହାନା କରି ମୁମ୍ବାଇରୁ ଦିଲ୍ଲୀ ଆଣିଲା । ଦିଲ୍ଲୀର ଆପାର୍ଟମେଂଟରେ ତାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଫ୍ରିଜରେ ରଖିଲା । ଆଉ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି  ବିଭତ୍ସ ଭାବେ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ରାତିରେ ନେଇ ଫୋପାଡୁଥିଲା । ନିଜ ପିତାମାତା, ପରିବାର ଲୋକଙ୍କୁ ପର ଭାବି ଯାହାକୁ ଶ୍ରଦ୍ଧା ନିଜର ଭାବି ଘର ଛାଡିଥିଲେ ସେହି ପ୍ରେମିକ ତାଙ୍କୁ ୩୫ ଖଣ୍ଡ କରି କାଟି ଫ୍ରିଜରେ ରଖିବ ଏହାକୁ କେହି ବିଶ୍ବାସ ମଧ୍ୟ କରୁନାହାଁନ୍ତି ।

ମହାରାଷ୍ଟ୍ରର ଶ୍ରଦ୍ଧା ୱାକର ନାମକ ଜଣେ ଦଲିତ ଝିଅଙ୍କୁ କାର୍ଯ୍ୟକ୍ଷେତ୍ରରେ ଆଫତାବ ପ୍ରେମ ଜାଲରେ ଫସାଇବା ପରେ ଲିଭ ଇନରେ ରହୁଥିଲା । ଶ୍ରଦ୍ଧାଙ୍କ ପରିବାର ସଦସ୍ୟ ଅଫତାବ ସହ ଥିବା ସମ୍ପର୍କକୁ ବିରୋଧ କରୁଥିଲେ । ତେବେ ଶ୍ରଦ୍ଧା କହୁଥିଲେ ଅଫତାବ ବହୁତ ଭଲ । ମୋତେ ସେ ବହୁତ ଭଲ ପାଆନ୍ତି । ମୁଁ ସାବାଳିକା । ଏହା କହି ସେ ପରିବାରରୁ ସଂପର୍କ ତୁଟାଇ ଦେଇଥିଲେ । ପରେ ସେହି ଅଫତାବ ତାଙ୍କୁ ଜୀବନରୁ ମାରିଦେଇଥିବା ଜଣାପଡିଛି । ମୁମ୍ବାଇରୁ ଆଣି ଦିଲ୍ଲୀ ଆପାର୍ଟମେଂଟରେ ଅଫତାବ ହତ୍ୟା କରିବା ଯୋଜନାରେ ଥିଲା । ଦିଲ୍ଲୀରେ 10 ଦିନ ଭିତରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଅଫତାବ ।

 ଶ୍ରଦ୍ଧାଙ୍କର ଜଣେ ବନ୍ଧୁ ଲକ୍ଷ୍ମଣ ତାଙ୍କ ସହ ପ୍ରାୟ ୨ ମାସ ପର୍ଯ୍ୟନ୍ତ କୌଣସି ଯୋଗାଯୋଗ ନକରିପାରିବାରୁ ପ୍ରଥମେ ଏନେଇ ସନ୍ଦେହ କରିଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ।

ଆଫତାବ  ପ୍ରେମିକା ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡରେ କାଟି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିବା ଗିରଫ ପରେ ପ୍ରକାଶ କରିଛି । ତଦନ୍ତ କୁ ବିଭ୍ରାଟ କରିବା ପାଇଁ ଅଫତାବ ବଜାରରୁ ୩୦୦ ଲିଟର କ୍ଷମତା ବିଶିଷ୍ଟ ଏକ ଫ୍ରିଜ କିଣିଥିଲା। ଏହା ସହିତ ଆଫ୍ଟାବ ମୃତ ଦେହରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିବା ପାଇଁ ଘରେ  ଧୂପକାଠି ବ୍ୟବହାର କରୁଥିଲା ମୃତଦେହକୁ ମେହେରାଲୀ ଜଙ୍ଗଲରେ ନେଇ ଫୋପାଡି ଦେଉଥିଲା ଅଫତାବ  ।

ଏପରିକି ଅନ୍ୟ ଝିଅଙ୍କୁ ଡାକି ଶ୍ରଦ୍ଧାଙ୍କୁ ରଖିଥିବା କୋଠାରୀରେ ସେକ୍ସ କରୁଥିବା ମାନିଛି ଅଫତାବ । ପ୍ରେମିକାକୁ ହତ୍ୟା କରି ସେ ଅନୁତାପ କରିନାହିଁ ।

 ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା କି ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଛି । ଶ୍ରଦ୍ଧା ଦିଲ୍ଲୀ ଆସିବା ପୂର୍ବରୁ ଏକ କଲ ସେଂଟରରେ କାମ କରୁଥିଲେ । ଏହି ସମୟରେ ତାଙ୍କ ସହ ଅଫତାବର ପରିଚୟ ହୋଇଥିଲା । ପରିଚୟ ପରେ ଅଫତାବ ତାଙ୍କୁ ପ୍ରେମଜାଲରେ ଫସାଇ ଦିଲ୍ଲୀ ଆଣି ଆସିଥିଲା । ମେ 8ରେ ସେମାନେ ଦିଲ୍ଲୀରେ ପହଁଚିଥିଲେ । ଆଉ ମେ 18ରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଅଫତାବ । ତେବେ ଘର ସହ ସଂପର୍କ କାଟିଥିଲେ ମଧ୍ୟ ଶ୍ରଦ୍ଧା ନିଜର ବନ୍ଧୁ ଲକ୍ଷ୍ମଣଙ୍କୁ ସବୁ କଥା ଜଣାଉଥିଲେ । ତାଙ୍କୁ ଅଫତାବ ମାରଧର କରୁଥିବା କହିଥିଲେ ଶ୍ରଦ୍ଧା । ଏପରିକି ତାଙ୍କୁ ଜୀବନରୁ ମାରିଦେବେ ବୋଲି ମେସେଜ ପଠାଇଥିଲେ ଶ୍ରଦ୍ଧା ।

ତେବେ ଶ୍ରଦ୍ଧାଙ୍କ ବନ୍ଧୁଙ୍କ ଆଗରେ ଭଲ ପାଇବାର ମିଛ ଅଭିନୟ କରୁଥିଲା ଅଫତାବ । ଯାହାକୁ ଜାଣିପାରିନଥିଲେ ଶ୍ରଦ୍ଧା । ଶେଷରେ ନିଜ ଜୀବନକୁ ହରାଇବାକୁ ପଡିଥିଲା ।