ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ କ୍ଲବ୍ ମାଲିକ ଗିରଫ

ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଗୋଆର କର୍ଲି କ୍ଲବର ମାଲିକକୁ ଗିରଫ କରିଛି ପୋଲିସ। କ୍ଲବର ବାଥରୁମରୁ ଡ୍ରଗ୍ସ ଜବତ କରିଥିବା ପୋଲିସ କହିଛି କରିଛି ପୋଲିସ୍‌ । ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍, ସୁଖବିନ୍ଦର ସିଂ , କର୍ଲି କ୍ଲବର ମାଲିକ ଏବଂ ଜଣେ ଡ୍ରଗ୍ ବେପାରୀ ପୋଲିସର ହେପାଜତରେ ଅଛନ୍ତି । ପୋଲିସ ଏମାନଙ୍କୁ ପଚରାଉଚୁରା କରୁଛି । ତେବେ କଣ ପାଇଁ ସୋନାଲିଙ୍କୁ ହତ୍ୟା କରାଗଲା ତାର ଖୋଳତାଡ଼ କରୁଛି ପୋଲିସ । ନାଇଟ ପାର୍ଟିରେ ଜଣେ ଅଭିଯୁକ୍ତ ବଳପୂର୍ବକ ସୋନାଲିଙ୍କୁ ଏକ ଉତ୍କଟ ନିଶା ଦ୍ରବ୍ୟ ପିଆଉଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତ ଏହା ସ୍ୱୀକାର କରିଥିବା ମାମଲାର ତଦନ୍ତ କରୁଥିବା ଗୋଆ ପୋଲିସ ସୂଚନା ଦେଇଛି । ଭୋର ପ୍ରାୟ ସାଢେ ୪ଟା ବେଳେ ଟଳମଳ ଅବସ୍ଥାରେ ସୋନାଲିଙ୍କୁ ତାଙ୍କର ଦୁଇ ସହଯୋଗୀ ଟଏଲଟ୍ ଯିବାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଦୁଇ ଘଣ୍ଟା ଧରି ସୋନାଲି ଟଏଲଟ୍ ମଧ୍ୟରେ ରହିଥିବା ଗୋଆ ପୋଲିସ ଆଇଜି ସୂଚନା ଦେଇଛନ୍ତି ।