ମେଟ୍ରୋ ଟିଭି ବ୍ୟୁରୋ,୨/୧: ସୁମିତ ଓ ତପସ୍ୱିନୀ ବିବାଦର ଅନ୍ତ ଘଟିଛି । ବ୍ରହ୍ମପୁର ଜିଲ୍ଲା ଜଜ୍ କୋର୍ଟଙ୍କ ରାୟନୁସାରେ ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ସୁମିତ ସହ ତାଙ୍କ ବ୍ରହ୍ମାନଗରରେ ଥିବା ଘରେ ରହିବେ ତପସ୍ୱିନୀ ।
କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁମିତ ତପସ୍ୱିନୀଙ୍କୁ ପ୍ରତି ମାସରେ ୧୦ତାରିଖ ସୁଦ୍ଧା ୧୭ହଜାର ଦେବେ । ୧୭ହଜାର ଟଙ୍କା ପାଇବା ପରେ ତପସ୍ୱିନୀ କୋର୍ଟକୁ ଏକ ରସିଦ ଦେବେ । କୋର୍ଟର ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସୁମିତଙ୍କ ଆବେଦନକୁ କୋର୍ଟ ଖାରଜ କରିଛି ।ସ୍ୱାମୀଙ୍କ ସହ ରହିବା ପାଇ ୪୪ଦିନ ଧରି ଧାରଣାରେ ବସିଥିଲେ ତପସ୍ୱିନୀ ।ମଝିରେ କେବଳ ୭ଦିନ କୋର୍ଟର ନିର୍ଦ୍ଦେଶ କ୍ରମେ ସ୍ୱାମୀଙ୍କ ସହ ରହିଥିଲେ । ସେ ଆସିକା ଚିନିକଳ ଗେଷ୍ଟହାଉସରେ ରହିଥିଲେ । କୋର୍ଟର ରାୟ ଶୁଣି ସେ ଖୁସିରେ କାନ୍ଦି ପକାଇଛନ୍ତି ଓ କହିଛନ୍ତି ଧର୍ମର ଜୟ ହେଇଛି ଓ ସତ୍ୟର ଜୟ ହେଇଛି । ସୁମିତଙ୍କୁ ପାଇବା ପାଇ ପ୍ରଭୁ ଜଗନ୍ନାଥ ମୋତେ ସାହା ହୋଇଛନ୍ତି ।
ବିବାଦର ଅନ୍ତ ଘଟିଛି ସୁମିତଙ୍କ ଘରେ ରହିବେ ତପସ୍ୱିନୀ