ମେଟ୍ରୋ ଟିଭି ଓଡିଶା,୧୯/୧: ଗଣତନ୍ତ୍ର ଦିବସ ପରେଡ ସର୍ବଦା ଗୋଟିଏ ବା ଅନ୍ୟ ଅର୍ଥରେ ସ୍ୱତନ୍ତ୍ର । ପ୍ରତିବର୍ଷ ଏକ ନୂତନ ଆର୍କଷଣ ଆସେ ଏହି ପ୍ୟାରେଡ ବା ଏହି ଦିନରେ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାରା ଭାରତ ଏହି ଦିନଟିକୁ ଅତି ଆନନ୍ଦ ସହ ପାଳିଥାନ୍ତି । ଦେଶକୁ ସ୍ୱାଧିନ କରିବା ପାଇ ଆମ ଶହୀଦ ବୀର ପୁରୁଷଙ୍କର ମହାନ ଅବଦାନକୁ ସେଦିନ ମନେ ପକାଯାଏ ।
ଚଳିତ ବର୍ଷ ଏହି କୋଭିଡ ମହାମାରୀକୁ ଦୃଷ୍ଟରେ ରଖି ଏହି ପ୍ୟାରେଡକୁ କିଛି ସମୟ ପରେ କରିବା ପାଇଁ ଚିନ୍ତା କରାଯାଇଛି । ୧୦ଟାରେ ହେବାକୁ ଥିବା ପ୍ୟାରେଡ କୁ ୧୦;୩୦ରେ କରିବାକୁ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ୯୦ମିନିଟ ଲମ୍ବା ପର୍ଯ୍ୟନ୍ତ ଚାଲିବ ଏହି ପ୍ୟାରେଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ ନିକଟରେ ଜାତୀୟ ଯୁଦ୍ଧ ମେମୋରିଆଲ ପରିଦର୍ଶନ କରିବେ । ପରେ କଣ୍ଟଜେଣ୍ଟସ୍ ମାର୍ଚ୍ଚ ହେବ । ପ୍ୟାରେଡରେ ସାଂସ୍କୃତିକ ସମାବେଶ ମଧ୍ୟ କରାଯିବ ।
କୋଭିଡର ପ୍ରତିବନ୍ଧକ ଯୋଗୁ ଗଣତନ୍ତ୍ର ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରୁଥିବା କଳାକାର ମାନଙ୍କୁ କାହାକୁ ଭେଟିବାକୁ ଦିଆଯିବନାହିଁ । ସେମାନେ ସାନିଟାଇଜ୍ ଗାଡିରେ ଯାତ୍ରା କରିବେ ଓ ସଂକ୍ରମିତ ନହେବା ପାଇଁ ତାଙ୍କୁ ଅଲଗା ଅଲଗା ରଖାଯିବ । ପରେଡ୍ ପୂର୍ବରୁ ଏହି ଏଲଇଡି ସ୍କ୍ରିନ୍ରେ ସେନା ସଂପର୍କିତ କିଛି କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହେବ । ପରେ ଏଲଇଡି ସ୍କ୍ରିନ୍ରେ ପରେଡ ଲାଇଭ୍ ହେବ । କରୋନା ମହାମାରୀ ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଅତିଥି ତାଲିକାକୁ କାଣ୍ଟଛାଣ୍ଟ କରାଯାଇଛି । ମୋଟ ୨୪ ହଜାର ଲୋକଙ୍କୁ ଅନୁମତି ରହିବ । ଏଥିରେ ନିମନ୍ତ୍ରିତ ଅତିଥି ରହିବେ ୧୯ ହଜାର । ଅନ୍ୟ ୬ ହଜାର ସାଧାରଣ ଲୋକଙ୍କ ପାଇଁ । ଗତ ବର୍ଷ ଭଳି ଏବର୍ଷ ମଧ୍ୟ କୌଣସି ବିଦେଶୀ ନେତା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ନାହିଁ ।