ଚନ୍ଦନ କାଠ ଚୋରି କରି ବନ୍ଧା ହେଲେ ନକଲି ପୁଷ୍ପା

ଚନ୍ଦନ କାଠ ଚୋରି କରି ବନ୍ଧା ହେଲେ ନକଲି ପୁଷ୍ପା

ମେଟ୍ରୋ ଟିଭି ଓଡିଶା,୪/୨ : କର୍ଣ୍ଣାଟକର ଚନ୍ଦନ ଡାକୁ ବିରପାନାଙ୍କ ମୃତ୍ୟୁ ପରେ ଏବେବି ଚନ୍ଦର କାଠ ଚୋରା ଚାଲାଣ ଲାଗିରହିଛି । ଏଭଳି ଏକ ଘଟଣା ପୋଲିସ ନଜରକୁ ଆସିଛି ଜଣେ ନକଲି ପୁଷ୍ପାକୁ ଚନ୍ଦନ କାଠ ଚୋରି କାରବାରରେ ଗିରଫ କରାଯାଇଛି । ଏହି ନକଲ ପୁଷ୍ପା ହେଉଛନ୍ତି ୟାଶିନ ଇନାୟତୁଲ୍ଲା । ବେଙ୍ଗାଲୁରୁର ସେ ଜଣେ ଡ୍ରାଇଭର।

pic credit-youtube,pushpa

ପୁଷ୍ପା ଫିଲ୍ମରୁ ପ୍ରେରିତ ହୋଇ ନାଲି ଚନ୍ଦନ କାଠ ଚୋରା ଚାଲାଣ କରିବାକୁ ୟାଶିନ ପ୍ରୟାସ କରିଥିଲେ। ଆଲ୍ଲୁ ଅର୍ଜୁନଙ୍କ ଟ୍ରିକ୍ ଆପଣାଇ ସେ କରିଥିଲେ ଚୋରି । ନାଲି ଚନ୍ଦନକାଠ ବୋଝେଇ ଏକ ଟ୍ରକ୍‌କୁ କର୍ଣ୍ଣାଟକ-ଆନ୍ଧ୍ରା ସୀମା ପାର୍ କରାଇ ସେ ମହାରାଷ୍ଟ୍ର ନେବାକୁ ଚେଷ୍ଟା କରିଥିଲେ । ସୀମା ପାର୍ ବେଳେ ମାଡି ବସିଥିଲା ମହାରାଷ୍ଟ୍ର ପୁଲିସ। ଆଉ ତାଙ୍କର ଏହି ଚୋରି କରିବାର ଫିଲ୍ମି ଟ୍ରିକ୍ ପାଣି ଫାଟି ଯାଇଥିଲା। ମହାରାଷ୍ଟ୍ର ମିରାଜ ନଗର ଗାନ୍ଧି ଛକ ସାଙ୍ଗଲିରୁ ୟାଶିନଙ୍କୁ ଧରିଥିଲା ପୁଲିସ।


ସାଙ୍ଗଲି ପୁଲିସ ସୂଚନା ମୁତାବକ, ଏକ ଗୁପ୍ତ ଖବର ପାଇ ୟାଶିନ ଯେଉଁ ଟ୍ରକ୍‌ରେ ନାଲି ଚନ୍ଦନ କାଠ ବୋଝେଇ କରିଥିଲେ ତା’ଉପରେ ପୁଲିସ ଚଢ଼ାଉ କରିଥିଲା। ପୁଷ୍ପା ଫିଲ୍ମ ଭଳି ୟାଶିନ ମଧ୍ୟ ପୁଲିସକୁ ଚକ୍‌ମା ଦେବାକୁ ଯାଇ ନିଜ ଟ୍ରକ୍‌ର ଉପର ଭାଗରେ ଫଳ ଓ ପନିପରିବା ରଖିଥିଲା ଆଉ ଭିତରେ ଥିଲା ଚୋରା ନାଲି ଚନ୍ଦନ କାଠ।

କେବଳ ସେତିକି ନୁହେଁ ନିଜ ଟ୍ରକ୍‌ରେ ସେ COVID-19 ଅତ୍ୟାବଶ୍ୟକ ଦ୍ରବ୍ୟର ଏକ ଷ୍ଟିକର୍ ମଧ୍ୟ ମାରିଥିଲା। ଜବତ ନାଲି ଚନ୍ଦନ କାଠର ଦାମ୍ ୨.୪୫ କୋଟି ଟଙ୍କା ହେବ। ଏଥିସହ ଜବତ ଟ୍ରକ୍‌ର ଦାମ୍ ପାଖାପାଖି ୧୦ ଲକ୍ଷ ହେବ ।